Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Nvidia CEO Comeback: Jensen Huangଙ୍କ ପ୍ରତ୍ୟାବର୍ତ୍ତନ ପାଇଁ Silicon Valleyରେ ‘War Room’ ପ୍ରସ୍ତୁତ!

ବିଶ୍ୱର ଅଗ୍ରଣୀ ଚିପ୍ ନିର୍ମାତା Nvidiaର ପୂର୍ବତନ CEO ଜେନସେନ୍ ହୁଆଙ୍ଗ ପୁଣିଥରେ କମ୍ପାନୀର ନେତୃତ୍ୱ ନେବାକୁ ଚିନ୍ତା କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। Financial Timesର ରିପୋର୍ଟ ଅନୁସାରେ, ହୁଆଙ୍ଗ ନିଜର କିଛି ଘନିଷ୍ଠ ସହଯୋଗୀଙ୍କ ସହ ପୁନର୍ବାର CEO ହେବା ସମ୍ଭାବନା ନେଇ ଆଲୋଚନା କରିଛନ୍ତି। ତାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ Silicon Valleyର କିଛି ପ୍ରଭାବଶାଳୀ ଅଧିକାରୀ ଓ ଉଦ୍ୟୋଗୀଙ୍କୁ ନେଇ ଏକ ‘War Room’ ଗଠନ କରାଯାଉଥିବା ରିପୋର୍ଟରେ ଦାବି କରାଯାଇଛି। ଏହି ଗୋଷ୍ଠୀ ହୁଆଙ୍ଗଙ୍କ ସମର୍ଥନ ହାସଲ କରିବା ସହ ହ୍ୱାଇଟ୍ ହାଉସ୍‌ର ସମର୍ଥନ ଯୋଗାଡ଼ କରିବାକୁ ମଧ୍ୟ ଉଦ୍ୟମ କରିବ ବୋଲି କୁହାଯାଇଛି।

ହୁଆଙ୍ଗଙ୍କ ଉତ୍ତରାଧିକାରୀ ଖୋଜିବା ପାଇଁ Nvidia ବୋର୍ଡ ବ୍ରିଟିଶ୍ ଚିପ୍ କମ୍ପାନୀ Arm Holdingsର CEO ରେନେ ହାସ୍‌ଙ୍କ ସହ ଯୋଗାଯୋଗ କରିଥିବା ନେଇ Financial Timesର ରିପୋର୍ଟ ପ୍ରକାଶ ପାଇବାର କିଛି ଦିନ ପରେ ଏହି ଖବର ଆସିଛି। ବିବାହ ବାହାରେ ସମ୍ପର୍କକୁ ନେଇ ଖୁଲାସା ପରେ ଗତ ଗୁରୁବାର ହୁଆଙ୍ଗ CEO ପଦ ଛାଡ଼ିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏଥିମଧ୍ୟରୁ ଚୀନ୍‌ର ଜଣେ ସନ୍ଦିଗ୍ଧ ଗୁପ୍ତଚରଙ୍କ ସହ ସମ୍ପର୍କ ଥିବା ଖବର ମଧ୍ୟ ରହିଛି, ଯାହା Nvidiaର ଉନ୍ନତ AI ଚିପ୍‌ ଚୀନ୍‌କୁ ରପ୍ତାନି ସମ୍ପର୍କରେ ପ୍ରଶ୍ନ ଉଠାଇଛି। ଏହି ଘଟଣା କମ୍ପାନୀକୁ ସଙ୍କଟ ମଧ୍ୟକୁ ଠେଲିଦେଇଥିବା ରିପୋର୍ଟରେ କୁହାଯାଇଛି। ତେବେ ଏହି ଖବର ଉପରେ Nvidia ପକ୍ଷରୁ ତୁରନ୍ତ କୌଣସି ମତାମତ ମିଳିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ