Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Soumyaranjan Mohapatra Death Case: ବିଦ୍ୟାଭାରତୀଙ୍କ Bail Hearing ଶେଷ, ଆସନ୍ତାକାଲି ଆସିବ ରାୟ

ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅଭିଯୁକ୍ତ ତଥା ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି। ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତରେ ହୋଇଥିବା ଶୁଣାଣି ପରେ ରାୟ ସଂରକ୍ଷିତ ରଖାଯାଇଛି। ଆସନ୍ତାକାଲି ଏହାର ରାୟ ପ୍ରକାଶ ପାଇବ। ଏହା ପୂର୍ବରୁ ବିଦ୍ୟାଭାରତୀ ଗିରଫଦାରିରୁ ସୁରକ୍ଷା ପାଇଁ ଉଚ୍ଚ ନ୍ୟାୟାଳୟ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉଭୟ ଅଦାଲତରେ ତାଙ୍କ ଆବେଦନ ଖାରଜ ହେବା ପରେ ନଭେମ୍ବର ୨ ତାରିଖରେ ସେ ପାରଳାଖେମୁଣ୍ଡି SDJM ଅଦାଲତରେ ଆତ୍ମସମର୍ପଣ କରିଥିଲେ। ସେଠାରେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।

ଏହି ମାମଲାର ଅନ୍ୟ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ୨୦୨୬ ସେପ୍ଟେମ୍ବର ୩୦ରେ ପୁଲିସ ତାଙ୍କ ଗ୍ରାମରୁ ଗିରଫ କରିଥିଲା। ଏବେ ମାମଲାରେ ମୋଟ ତିନିଜଣ ଅଭିଯୁକ୍ତ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ବିଦ୍ୟାଭାରତୀଙ୍କ ଜାମିନ ଆବେଦନ ଉପରେ ଆସନ୍ତାକାଲିର ରାୟ ଉପରେ ସମସ୍ତଙ୍କ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ