Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ବିଦ୍ୟା ଭାରତୀ ଜାମିନ ଆବେଦନ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟ ରେ ଖାରଜ l

ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ବିଦ୍ୟା ଭାରତୀ ଜାମିନ ଆବେଦନ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟ ରେ ଖାରଜ l
ପାରଳାଖେମୁଣ୍ଡି:୧୮/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) ରାଜ୍ୟରେ ବହୁଚର୍ଚ୍ଚିତ ଏଫ୍ ସୌମ୍ୟରଞ୍ଜନ ମହାପାତ୍ର ରହସ୍ୟ ମୟ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ତଥା ତାଙ୍କ ପତ୍ନୀ ବିଦ୍ୟା ଭାରତୀ ଜାମିନ ଆବେଦନ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟ ରେ ଆଜି ଖାରଜ ହୋଇଯାଇଛି l ବିଦ୍ୟା ଭାରତୀ ଙ୍କ ଜାମିନ ଆବେଦନ ଶୁଣାଣୀ ଗତକାଲି ପାରଳାଖେମୁଣ୍ଡି ସ୍ଥିତ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟରେ ହୋଇଥିଲା ଶୁଣାଣୀ ପରେ ରାୟ ସଂରକ୍ଷିତ ରଖା ଯାଇଥିଲା l ଆଜି ଅତିରିକ୍ତ ଜିଲ୍ଲା ସେସନ୍ ଜଜ୍ ରାୟ ପ୍ରକାଶ କରି ବିଦ୍ୟାଭରତୀ ଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି l
ସୁଚନା ଯୋଗ୍ୟ ଏହି କି ଯେ ଏହା ପୁର୍ବରୁ ବିଦ୍ୟାଭାରତୀ ଗିରଫ ଦାରୀରୁ ସୁରକ୍ଷା ପାଇଁ ଉଚ୍ଚ ନ୍ୟାୟଳୟ ଓ ସୁପ୍ରିକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ l ଉଭୟ ଅଦାଲତରେ ତାଙ୍କର ଜାମିନ ଆବେଦନ ଖାରଜ ହେବାପରେ ନଭେମ୍ବର ୨ ତାରିଖରେ ପାରଳାଖେମୁଣ୍ଡି ଏସ ଡି ଜେ ଏମ୍ କୋର୍ଟ ରେ ଆତ୍ମସମର୍ପଣ କରିଥିଲେ l ସେଠାରେ ଜାମିନ ଆବେଦନ ଖାରଜ ହେବାପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠଯାଇଥିଲା l ଏହି ମାମଲାରେ ଅନ୍ଯ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ସେପ୍ଟେମ୍ବର ୩୦ ୨୦୨୬ରେ ତାଙ୍କ ଗ୍ରାମରୁ ଗିରଫ କରାଯାଇଥିଲା l ଏବେ ଏହି ମାମଲାରେ ପାରଳାଖେମୁଣ୍ଡିର ପୂର୍ବତନ ଡି ଏଫ୍ ଓ ଙ୍କ ସମେତ ତିନିଜଣ ଅଭିଯୁକ୍ତ ବିଚାର ବିଭାଗୀୟ ହାଜତରେ ଅଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories