Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦିତ୍ୟ ପ୍ରସାଦ ପରିଡ଼ା ଓଜେସି ରାଜ୍ୟ ଛାତ୍ର ସଭାପତି ନିଯୁକ୍ତ

ଆଦିତ୍ୟ ପ୍ରସାଦ ପରିଡ଼ା ଓଜେସି ରାଜ୍ୟ ଛାତ୍ର ସଭାପତି ନିଯୁକ୍ତ
ପାରଳାଖେମୁଣ୍ଡି:୧୮/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) ଓଡ଼ିଶା ଜନତା କଂଗ୍ରେସର ଛାତ୍ର ସଂଗଠନକୁ ରାଜ୍ୟବ୍ୟାପୀ ଅଧିକ ସୁଦୃଢ଼, ସକ୍ରିୟ ଓ ସଂଗଠିତ କରିବା ଲକ୍ଷ୍ୟରେ ଦଳ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ନିଷ୍ପତ୍ତି କ୍ରମେ ସଭାପତି ଇଂ ମହମ୍ମଦ ମୋକିମ୍, ଆଡଭୋକେଟ୍ ଆଦିତ୍ୟ ପ୍ରସାଦ ପରିଡ଼ାଙ୍କୁ ଦଳର ରାଜ୍ୟ ଛାତ୍ର ଶାଖା ‘ଓଡ଼ିଶା ଛାତ୍ର ଜନତା କଂଗ୍ରେସ’ର ରାଜ୍ୟ ସଭାପତି ଭାବେ ନିଯୁକ୍ତ କରିଛନ୍ତି । ଏନେଇ ଓଜେସି ସଭାପତି ଆଜି ଏକ ପତ୍ର ମାଧ୍ୟମରେ ଘୋଷଣା କରିଛନ୍ତି ।ଏହି ନିଯୁକ୍ତି ପରେ ରାଜ୍ୟ ସଭାପତିଙ୍କୁ କୃତଜ୍ଞତା ଜଣାଇବା ସହ ଆଦିତ୍ୟ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ଜିଲ୍ଲା, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଛାତ୍ର ସଂଗଠନକୁ ଅଧିକ ସକ୍ରିୟ କରିବା ସହ ଯୁବ ଓ ଛାତ୍ର ସମାଜକୁ ଦଳ ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯିବ।ଛାତ୍ରଛାତ୍ରୀଙ୍କ ଶିକ୍ଷା, ନିଯୁକ୍ତି, କ୍ୟାମ୍ପସ୍ର ବିଭିନ୍ନ ସମସ୍ୟା ଏବଂ ଯୁବପିଢ଼ିଙ୍କ ଅଧିକାର ସମ୍ପର୍କିତ ପ୍ରସଙ୍ଗକୁ ନେଇ ଏକ ସଶକ୍ତ ଛାତ୍ର ଆନ୍ଦୋଳନ ଗଢ଼ି ତୋଳିବା ଦିଗରେ ନୂତନ ରାଜ୍ୟ ସଭାପତି କାର୍ଯ୍ୟ କରିବେ ବୋଲି ଦଳ ଆଶା ପ୍ରକାଶ କରିଛି । ଆଦିତ୍ୟ ପ୍ରସାଦ ପରିଡ଼ାଙ୍କ ନେତୃତ୍ୱରେ ଓଡ଼ିଶା ଛାତ୍ର ଜନତା କଂଗ୍ରେସ ରାଜ୍ୟରେ ଏକ ଶକ୍ତିଶାଳୀ ଓ ସୁସଂଗଠିତ ଛାତ୍ର ସଂଗଠନ ଭାବେ ଉଭା ହେବା ସହ ଛାତ୍ରଛାତ୍ରୀଙ୍କ ସ୍ୱରକୁ ଆହୁରି ଶାଣିତ କରିବ ବୋଲି ଓଜେସି ନେତୃତ୍ୱ ଆଶାବାଦୀ ଅଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories