ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ଆପ ଦଳ ପକ୍ଷରୁ ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ଏକ ପ୍ରସ୍ତୁତିବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ଆପ ଦଳ ପକ୍ଷରୁ ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ଏକ ପ୍ରସ୍ତୁତିବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି:୨୧/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ଆପ ଦଳ ପକ୍ଷରୁ ପାରଳାଖେମୁଣ୍ଡି ଠାରେ ପଞ୍ଚାୟତ ଓ ପୌର ନିର୍ବାଚନ କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ ଆପ୍ ରାଜ୍ଯ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର, ଓଡ଼ଶା ସହ ପ୍ରଭାରୀ ଶ୍ରୀ ଦୀନେଶ କୁମାର, ସହ ପ୍ରଭାରୀ ଶ୍ରୀ ଅଜିତ୍ ସିଂ ପାଲ ଓ ସାଂଗଠନିକ ସମ୍ପାଦକ ଶ୍ରୀ କଲ୍ୟାଣ ଆନନ୍ଦ ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ଆବାହକ ଶ୍ରୀ ଶିଶିର କୁମାର ଭଞ୍ଜ ସାମନ୍ତ ଙ୍କ ଆବାହକତ୍ୱରେ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ବୈଠକ କରିଥିଲେ। ଏହି ବୈଠକରେ ବିଭିନ୍ନ ବ୍ଳକ୍ ଓ ଜିଲ୍ଲା ସ୍ତରୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଆଗାମୀ ନିର୍ବାଚନ କୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଥିଲା ।ଏଥି ସହ ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷ ଙ୍କୁ ଭେଟିଥିଲେ। ଏହି ବୈଠକରେ ଜିଲ୍ଲା ମହିଳା ସଭାନେତ୍ରୀ ଶୈଳବାଳା ପଣ୍ଡା, ଯୁବ ସଭାପତି ମାଣ୍ଡାଲା ବିଜୟ କୁମାର, ନଗର ସଭାପତି ସନ୍ତୋଷ କୁମାର ପଣ୍ତା, ଜିଲ୍ଲା କମିଟି ସଦସ୍ୟ ଲୋଗୋସ୍ ଦାସ ବର୍ଦ୍ଧନ, କିଶୋର ଚନ୍ଦ୍ର ଗୁରୁ, ଶିବାଶିଷ ପଟନାୟକ, ଲିଙ୍ଗରାଜ ପାଣିଗ୍ରାହୀ, ଶିର୍ଲା ଈଶ୍ୱର ରାଓ, ବୋୟାଜ ବେବର୍ତ୍ତା, ସୁସ୍ଥିର ଷଡ଼ଙ୍ଗୀ, ଭୁବନାନନ୍ଦ ପାଇକ, ରମେଶ ଭୂୟାଁ, ବିଜୟ ପାଣି, ହିମାଂଶୁ ଲିମ୍ମା ଜୟସେନ୍ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

