ବିକଶିତ ଭାରତ ଗ୍ୟାରେଣ୍ଟି ରୋଜଗାର ଏକ ପେଡ ମା କେ ନାମ, କେବଳ କାଗଜ କଲମରେ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୃଶୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ଦୁହୁଳପାଲି ରୁ ଯୁଧେଷ୍ଠିରପୁର ରାସ୍ତା ରେ ବିକଶିତ ଭାରତ ଗ୍ୟାରେଣ୍ଟି ରୋଜଗାର ଆଜୀବିକା ମିଶନ ଯୋଜନା ମାଧ୍ୟମରେ ଏକ ପେଡ ମାଁ କେ ନାମ ରେ ଲକ୍ଷାଧିକ ଟଙ୍କା ବ୍ୟୟ ରେ ବୃକ୍ଷରୋପଣ ପାଇଁ ସୂଚନା ଫଳକ ଲଗାଯାଇଛି କିନ୍ତୁ ରାସ୍ତା ପାର୍ଶ୍ୱ ରେ ବୃକ୍ଷରୋପଣ ହୋଇ ନ ଥିବା ଅଭିଯୋଗ ହେଉଛି l ସୂଚନା ଥାଉ କି ମୃଶୁଣ୍ଢୀ ପଞ୍ଚାୟତ ର ଦୁହୁଳପାଲି ଗାଁ ରାସ୍ତା ରୁ ଯୁଧେଷ୍ଠିର ପୁର ଗାଁ ରାସ୍ତା ପର୍ଯ୍ୟନ୍ତ ପ୍ରାୟ 1 ଲକ୍ଷ 98 ହଜାର ଟଙ୍କା ବ୍ୟୟ ରେ ରାସ୍ତା ପାର୍ଶ୍ୱ ରେ ବୃକ୍ଷରୋପଣ ପାଇଁ ଅଟକଳ ହୋଇ ବୃକ୍ଷରୋପଣ ପାଇଁ ସୂଚନା ଫଳକ ଲାଗି ସାରିଛି l କିନ୍ତୁ ଫଳକ ଅନୁଶାରେ କାର୍ଯ୍ୟ ଆରମ୍ଭ ର ଦୁଇ ମାସ ପରେ ମଧ୍ୟ ବୃକ୍ଷ ରୋପଣ ହୋଇନାହିଁ l ସରକାର ଙ୍କ ଏହି ମହତ ଯୋଜନାରେ ଗରିବ ଶ୍ରମିକ ମାନଙ୍କୁ ନିଶ୍ଚିତ ରୋଜଗାର ପାଇଁ ପର୍ଯ୍ୟାପ୍ତ ପରିମାଣ ରେ ଅର୍ଥ ମଞ୍ଜୁର କରୁଛନ୍ତି କିନ୍ତୁ ତଦାରଖ ଅଭାବରୁ ସେ ଗୁଡିକ ଠିକ ସେ ରୂପାୟନ ହୋଇପାରୁ ନାହିଁ l ଏ ନେଇ ଦାୟିତ୍ୱ ରେ ଥିବା କନିଷ୍ଟ ଯନ୍ତ୍ରୀ ନାଗେଶ୍ୱର ଦୋରା ଙ୍କ ସହ ଯୋଗାଯୋଗ କରାଯିବାରୁ ସେ ମୁଁ ଦେଖିକି କହିବି କିନ୍ତୁ ପରେ ଆଉ ଯୋଗାଯୋଗ ସମ୍ଭବ ହେଲା ନାହିଁ l ସରକାର ଗରିବ ଶ୍ରମିକ ଙ୍କ ପାଇଁ ଥିବା ଯୋଜନା ର ବାଟମାରାଣ ନୀତି କୁ ତୁରନ୍ତ ତଦନ୍ତ କରି ଶ୍ରମିକ ଙ୍କୁ ରୋଜାଗର ଓ ସରକାରୀ ଅର୍ଥ ର ସୁବିନିଯୋଗ ପାଇଁ ଦାବି ହେଉଛି l

