Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ 139 ତମ ଜୟନ୍ତୀ ଉତ୍ସବ ଡିସେମ୍ବର୍ ବୀରମହାରାଜପୁର ରେ ଅନୁଷ୍ଠିତ ହେବ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ 139 ତମ ଜୟନ୍ତୀ ଅବସରରେ ସତ୍ତା କାରୁଣିକ ମହୋତ୍ସବ ଆସନ୍ତା ଡ଼ିସେମ୍ବର ୬ ତାରିଖ ରେ ଅନୁଷ୍ଟିତ ହେବାକୁଯାଉଛି l ଏ ନେଇ ରବିବାର ବୀରମହାରାଜପୁର ମିନି ଷ୍ଟାଡିୟମ ଠାରେ ସାମ୍ବାଦିକ ସମ୍ବିଲନି ଅନୁଷ୍ଠିତ ହୋଇଯାଇଛି l ସତ୍ତା କରୁଣିକ ମୁଖ୍ୟ ରିତିକ ନିଳକଣ୍ଠ ଶତପଥିଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ପ୍ରସ୍ତୁତି ସମ୍ବାଦିକ ସମ୍ବିଳନୀରେ ସରୋଜକାନ୍ତ ଖମାରୀ, ଆନନ୍ଦ କୁମାର ସିଂହ, ପ୍ରଫୁଲ୍ଲ ପଧାନ , ବେଣୁଧର ମେହେର, ସୌଭାଗ୍ୟ ରଞ୍ଜନ ଖମାରୀ, ହରିନାରାୟଣ ମେହେର, ରଘୁନାଥ ଖଣ୍ଡାୟତ, ଦଲ୍ଲିପ ମେହେର, ନାବରୁଣ ଦେବଦତ୍ତ ଶତପଥି ପ୍ରମୁଖ ଯୋଗଦେଇ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ମହୋତ୍ସବ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ ରେ 36792 ଜଣ ଦୀକ୍ଷା ନେଇଛନ୍ତି l ଗ୍ରହଣ, ଇଷ୍ଟଭୂତି,ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ, ପ୍ରବଚନ ପ୍ରଭୁତି ଅନୁଷ୍ଠିତ ହେବ ଏବଂ ଏହା ସହିତ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ l ଏହି ଶିବିରରେ ବିଭିନ୍ନ ବିଭାଗ ର ବିଶେଷଜ୍ଞ ଡାକ୍ତର ଯୋଗ ଦେଵା ସହ ମାଗଣା ଔଷଧ, ଚଷମା, ସମସ୍ତ ପ୍ରକାର ରକ୍ତ ପରୀକ୍ଷା ମାଗଣା କରାଯିବ ବୋଲି କହିଥିଲେ l ଏହା ସହ ଆୟୁର୍ବେଦିକ ଓ ହୋମିଓପାଥିକ ପାଇଁ ମଧ୍ୟ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l କାର୍ଯ୍ୟକ୍ରମରେ ପ୍ରାୟ 20-25 ହଜାର ରୁ ଉର୍ଦ୍ଧ ଭକ୍ତ ସମାଗମ ହେବାର ଲକ୍ଷ ରଖାଯାଇଛି l ଆଇନ୍ ଶୃଙ୍ଖଳାକୁ ଦୃଷ୍ଟି ରେ ରଖି ପୋଲିସ ପ୍ରଶାସନର ସହଯୋଗ ସହ ଆଇନ ସେବା ଶିବିର ମଧ୍ୟ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ବିଲନି ଜରିଆ ରେ ସୂଚନା ଦେଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories