ଗଛ ଡାଳ ରେ ଚାଲିଛି ଅଗ୍ନି ନିର୍ବାପକ, ଅସହାୟ ଅତାବିରା ଅଗ୍ନିଶମ


ଅତାବିରା -ବରଗଡ ଜିଲା ଅତାବିରା ଅଗ୍ନିଶମ ବିଭାଗରେ ଘୋର ସମସ୍ୟା l ଖେତ ଖଳାରେ ଲୋକେ ନଡ଼ା ପୋଡ଼ାଇବା ପାଇଁ ଅଗ୍ନି ସଂଯୋଗ କରି ଦେଉଛନ୍ତି l କାହାରି ଚିନ୍ତା ନାହିଁ ଏପରି ଗ୍ରୀଷ୍ମ ପ୍ରବାହ ର ତାଣ୍ଡବ ଚାଲିଥିବା ବେଳେ ନିର୍ବିକାର ହୋଇ ଚାଷ କ୍ଷେତରେ ଅଗ୍ନି ଲଗାଇବା ଫଳରେ ସାଧାରଣ ଜୀବନ ଯାତ୍ରା ରେ ଧନ ଜୀବନ ପ୍ରତି ବିପଦ ବଢ଼ିବାରେ ଲାଗିଛି l ଅନ୍ୟ ପଟେ ଯେପରି ଭାବେ ଅତାବିରା ଅଞ୍ଚଳ ନିଆଁରେ ଜଳୁଛି ଅଗ୍ନିଶମ ବିଭାଗକୁ ନିଆଁ ଆୟତ କରିବା ଏକ ପ୍ରକାର ଚ୍ୟାଲେଞ୍ଚ ହୋଇ ପଡିଛି l ହେଲେ ନିଆଁ ଆୟତ କରିବାକୁ ଅତାବିରା ରେ ଭିତ୍ତିଭୂମିର ଘୋର ଅଭାବ ରହିଛି l ପାଣି ଟାଙ୍କି ସହ ନିଆଁ ଲିଭା ଅଗ୍ନିଶମ ଗାଡି ଗୋଟିଏ ଥିଵା ବେଳେ ଅନ୍ୟ ଗାଡ଼ିରେ ସେପରି ବ୍ୟବସ୍ତା ନାହିଁ l ଫଳରେ ଅଗ୍ନିଶମ କର୍ମଚାରୀ ଙ୍କୁ ନିଆଁ ଲିଭାଇବା ପାଇଁ ଗଛ ଡାଳ ପତ୍ର ର ସାହାରା ନେବାକୁ ପଡୁଛି l ବେଳେ ବେଳେ ଗୋଟିଏ ସ୍ଥାନର ନିଆଁ ଆୟତ କରିବା ପୂର୍ବରୁ ଅନ୍ୟ ସ୍ଥାନର କଲ ଗୁରୁତ୍ବ ଉପରେ ପୂର୍ବ ସ୍ଥାନ ଛାଡି ଅନ୍ୟ ନୂଆଁ କଲ ନେବାକୁ ଧାଇଁବାକୁ ପଡୁଛି ଅତାବିରା ଅଗ୍ନିଶମ କର୍ମଚାରୀଙ୍କୁ l ନିଜର ଏଭଳି ଅସହାୟତା ରବିବାର ସରଣ୍ଡାରେ ଦେଖିବାକୁ ମିଳିଛି l
ବରଗଡ – ସମ୍ବଲପୁର 53 ନମ୍ବର ଜାତୀୟ ରାଜପଥ ର ସରଣ୍ଡା ଛକ ପାଖରେ ରବିବାର ଚାଷ ଜମିରେ ପଡ଼ିଥିବା ରାଇସ ମିଲ ପାଉଁଶ ରୁ ନିଆଁ ସଂଯୋଗ ହୋଇ ଆଖ ପାଖ 10 ଏକର ଜମି ଓ ଦେଉଳ କଣ୍ଟା, ଭୋଇପାଲି ଛକ, ସରଣ୍ଡା ଛକ ଅଞ୍ଚଳରେ ଖୁବ ପ୍ରଖରରେ ନିଆଁ ଲାଗିଯାଇଥିଲା l ଗ୍ରାମବାସୀ ଚେଷ୍ଟା କରିଥିଲେ ବି ନିଆଁ କୁ ଆୟତ୍ତ କରି ପାରି ନ ଥିଲେ l ଅତାବିରା ଅଗ୍ନିଶମ ବିଭାଗକୁ ଖବର ଦେବା ପରେ କର୍ମଚାରୀ ପହଞ୍ଚିଥିଲେ, ହେଲେ ତାଙ୍କ ପାଖରେ ପାଣି ଗଛିତ ନ ଥିଲା l ଗଛ ଡାଲରେ ନିଆଁ କୁ ଗ୍ରାମବାସୀଙ୍କ ସହ ମିଶି ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ l ହେଲେ ପରବର୍ତ୍ତି ସମୟରେ ବାବେବିରା ଅଞ୍ଚଳରେ ନିଆଁ ଲାଗିଥିବା କଲ ପାଇ ଏଠାକାର ନିଆଁ ଆୟତ୍ତ ନ କରି ଅଗ୍ନିଶମ ସେଠାକୁ ଯିବାକୁ ପଡିଥିଲା l ସରଣ୍ଡା ନିଆଁ ଲାଗିବା ଫଳରେ ସରଣ୍ଡା ଟ୍ରାନ୍ସଫମର, ଜଗନ୍ନାଥ ପ୍ରଧାନ ଙ୍କ ଘରୋଇ ବିଦ୍ୟୁତ ସଂଯୋଗ ତାର, ଦୁଇଟି ଗୋ ଖାଦ୍ୟ ପୁଆଳ ଖରି ପୋଡି ନଷ୍ଟ ହୋଇଯାଇଛି l ଏନେଇ ଅତାବିରା ଅଗ୍ନିଶମ ବିଭାଗ ଅଧିକାରୀ ମିଶ୍ର କିଷାନ ଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଅତାବିରା ରେ ଦୁଇଟି ଗାଡି ଅଛି l ଗୋଟିଏରେ ପାଣି ବ୍ୟବସ୍ଥା ଥିବା ବେଳେ ଅନ୍ୟଟି ଉଦ୍ଧାର ପାଇଁ ରହିଛି l ଏଥିରେ ପାଣି ସଂରକ୍ଷଣ ସୁବିଧା ନାହିଁ l ଅନ୍ୟ ପଟେ ସୀମିତ କର୍ମଚାରୀ ଙ୍କୁ ନେଇ କାର୍ଯ୍ୟ କରୁଛୁ l ଦିନକୁ ବହୁତ କଳ ଆସୁଛି l ଗୋଟିଏ ସ୍ଥାନରେ ନିଆଁ ଲିଭା ସରି ନ ଥିବ ବେଳେ ଅନ୍ୟ କଳ ର ଗୁରୁତ୍ବ କୁ ନଜର ଦେଇ ସେଠାକୁ ଦୌଡ଼ିବାକୁ ପଡୁଛି ବୋଲି ସ୍ୱଷ୍ଟିକରଣ ଦେଇଥିଲେ l