Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଇୱା ଧକ୍କାରେ ବ୍ୟବସାୟୀ ମୃତ,ଅଞ୍ଚଳ ରେ ଶୋକ ପ୍ରକାଶ।

କଳାହାଣ୍ଡି,୨୮/୧୧
ଧର୍ମଗଡ ଚେମ୍ବର ଅଫ୍ କମର୍ସ ର ସକ୍ରୀୟ ସଦସ୍ୟ ମହମ୍ମଦ ଇସଲାମ ଙ୍କ (୫୫) ଗତ ସଂଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇ ଯାଇଛି। ସବୁ ଦିନ ପରି ସେ ଦୋକାନ ବନ୍ଦ କରି ଘରକୁ ବାଇକ୍ ଯୋଗେ ଯାଉଥିବା ସମୟରେ ବ୍ଲକ ଅଫିସ ନିକଟରେ ଏକ ହାଇୱା ଗାଡ଼ି ତାଙ୍କ ଉପରେ ମାଡି ଯାଇଥିଲା। ଅତି ଗୁରୁତର ଅବସ୍ଥାରେ ତାଙ୍କୁ ଧର୍ମଗଡ ଡାକ୍ତରଖାନା କୁ ଅଣାଯାଇଥିଲା ଓ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଧର୍ମଗଡ ଥାନା ପୋଲିସ୍ ଦୂର୍ଘଟଣା ଘଟାଇ ଥିବା ହଇୱା କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ସ୍ୱର୍ଗତ ଇସଲାମ ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟ ମୁଖ୍ୟ ରାସ୍ତା ରେ ଏକ ବ୍ୟାଗ ଦୋକାନ କରିଥଲେ। ଜଣେ ମେଳାପୀ ବ୍ୟବସାୟୀ ଭାବରେ ସେ ବେଶ୍ ପରିଚିତ ଥିଲେ। ଚେମ୍ବର୍ ଅଫ୍ କମର୍ସ ସଭାପତି ବିଦ୍ୟାଧର ସାହୁ ତଥା ସଂଘର ସମସ୍ତ ସଦସ୍ୟ, ମୁସଲିମ ଜମାତ ର ସଭାପତି ରଫି ଉଦ୍ଧିନ ଖାଁ ସମେତ ସହରର ବହୁ ବ୍ୟକ୍ତି ବିଶେଷ ତାଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରି ତାଙ୍କର ପରିବାରକୁ ସମବେଦନା ଜ୍ଞାପନ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇଛି। ମୁସଲିମ ରୀତି ନୀତି ଅନୁଯାୟୀ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ