Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୌରିନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଓଲିଉଡ୍‌ କଣ୍ଠଶିଳ୍ପୀ

କଟକ: ବଲିଉଡର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଯୁବତୀ। ଯୁବତୀ ଜଣକ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣି ସୌରିନଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ଯୁବତୀ ଜଣକ ଜଣେ ଓଲିଉଡ କଣ୍ଠଶିଳ୍ପୀ। ଯୁବତୀ ଜଣଙ୍କ ପ୍ରଥମେ ଜଗତପୁର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ତାଙ୍କୁ ସେଠାରୁ ମହିଳା ଥାନାକୁ ପଠାଇଦେଇଥିଲେ।

ଯୁବତୀ ଅଭିଯୋଗ କରିଛନ୍ତି ଯେ ସୌରିନ ତାଙ୍କୁ ଉଭୟ ଶାରୀରିକ ତଥା ମାନସିକ ନିର୍ଯାତନା ଦେବା ସହ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ। ଏହାସହ ସୌରିନ ତାଙ୍କୁ ଗାୟିକା କରାଇ ଦେବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଭଟ୍ଟ ମଧ୍ୟ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗକାରୀ ଗଣମାଧ୍ୟମକୁ କୌଣସି ବିବରଣୀ ପ୍ରକାଶ କରିବାକୁ ମନା କରି ଦେଇଛନ୍ତି। ଓଲିଉଡରେ କାଷ୍ଟିଂ କାଉଚ ଅଭିଯୋଗ ଆସିବାର କିଛି ଦିନ ପରେ ଗାୟକ ସୌରିନଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି।