Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ରେ କନ୍ଦାଗଡ ପଥର ଶିଳ୍ପୀ ଙ୍କୁ ମିଳିଲା ଭତ୍ତା।

କୋକସରା;୧୨/୦୬ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ର କନ୍ଦାଗଡ ଗ୍ରାମ କୁ ଶିଳ୍ପୀ ଗ୍ରାମର ମାନ୍ୟତା ମିଳିଥିବା ବେଳେ କନ୍ଦାଗଡ ଗ୍ରାମର ପଥର ଶିଳ୍ପୀ କାରିଗର ଙ୍କ କାରିଗରୀ ଓଡ଼ିଶା ତଥା ରାଜ୍ୟ ବାହାରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ପଥର ଦେହରେ ନିହାଣ ମୁନ ରେ ସୁନ୍ଦର ସୁନ୍ଦର ମୂର୍ତ୍ତି କଳାକୃତି କରି ବେଶ ପ୍ରଶଂସିତ ହୋଇଛନ୍ତି।ତେବେ କନ୍ଦାଗଡ ରେ ଥିବା ପଥର ଶିଳ୍ପୀ ଙ୍କୁ ସରକାରୀ ଭାବେ କୌଣସି ପ୍ରୋତ୍ସାହନ ମିଳିନାହିଁ। ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ପାଇଁ ବ୍ଲକ ପ୍ରଶାସନ ନିକଟରେ ପୂର୍ବରୁ ଆବେଦନ କରିଥିଲେ। କୋକସରା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ପଥର ଶିଳ୍ପୀ କାରିଗର ଙ୍କ ପାଇଁ ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ପାଇଁ ବ୍ୟବସ୍ଥା ଗ୍ରହଣ କରି ଅନୁମୋଦନ କରିଥିଲେ।ସୋମବାର ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ପ୍ରଶାସନ ଅଧିକାରୀ ଦୀପକ ବେହେରା, ବି ଏସ ଏସ ଓ ଦୀପକ କୁମାର ବେହେରା କନ୍ଦାଗଡ ଗ୍ରାମରେ ପହଞ୍ଚି ୬ ଜଣ ପଥର ଶିଳ୍ପୀ କଳାକାର ଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ରେ ଭତ୍ତା ଅର୍ଥ ପ୍ରଦାନ କରିଛନ୍ତି। ସେହିପରି କୋକସରା ବ୍ଲକ ରେ ୧୯୫ ଜଣ ଏହି କଳାକାର ଭତ୍ତା ଯୋଜନା ରେ ସାମିଲ ହୋଇଥିବା ଜଣାପଡିଛି।ଭତ୍ତା ପାଇବା ପରେ ପଥର ଶିଳ୍ପୀ ମାନେ ବ୍ଲକ ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି।ଏହି ଅବସର ରେ ଆମପାଣି ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ, ଭାସ୍କର ରାଓ, ସୋନୁ ଅଗ୍ରୱାଲ, ସଞ୍ଚୟ ସିଙ୍ଘଲ, ସନ୍ତୋଷ ଦାସ ଓ କନ୍ଦାଗଡ ଗ୍ରାମବାସୀ ଉପସ୍ଥିତ ଥିଲେ।