କଳାହାଣ୍ଡି: କଳାହାଣ୍ଡିର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସେବା ଜଗତ ତରଫରୁ ସେଲ୍ କୋ ଫାଉଣ୍ଡେସନ ସୌ ଜନ୍ୟ ରେ ପଞ୍ଚାୟତ ସମିତି ସ୍ତରୀୟ ଆଭିମୁଖି କରଣ ଶିବିର କାର୍ଯ୍ୟକ୍ରମ ବୁରାଟ ସ୍ଥିତ ତାଲିମ ପ୍ରକୋଷ୍ଟ ରେ ଅନୁଷ୍ଠିତ ହେଇ ଯାଇଛି । ଏଥିରେ ସେଲ୍ କୋ ଫାଉଣ୍ଡେସନ ର ସ୍ୱାଗତିକା ନାୟକ, କୃଷ୍ଣ ଚନ୍ଦ୍ର ବେହେରା,ଓ ଏମ୍ ଏମ୍ ର ପୂଜା ବର୍ମା, ବି ଟି ଟି ଆବାହକ ଡ଼ ଦିବ୍ୟ ରଞ୍ଜନ ଲେଙ୍କା ,କାରୁଣ୍ତ ଫାର୍ମର୍ ସ ଉତ୍ପାଦକ ଗୋଷ୍ଠୀ ର ସଭାପତି ବିଭୂତି ଭୂଷଣ ମହା ଖୁଡ଼ ଯୋଗ ଦେଇଥିବା ବେଳେ ସେବା ଜଗତ ସମ୍ପାଦକ ସତ୍ୟ ନାରାୟଣ ପଟ୍ଟନାୟକ ସଭାପତିତ୍ବ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମ,ରାମପୁର ବ୍ଲକ୍ ର ବିଭିନ୍ନ ଗ୍ରାମ ର ମାଣ୍ଡିଆ ଚାଷୀ, ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା, ପ୍ରଗତି ଶିଲ୍ ଚାଷୀ ପ୍ରମୁଖ ଉପସ୍ଥିତ ରହି ଥିଲେ । ଏହି ଅବସର ରେ ନିରନ୍ତର ଶକ୍ତି ଚାଳିତ ସମାଧାନ ଦ୍ଵାରା ଓଡ଼ିଶା ମିଲେଟ୍ ମିଶନ ଅଧିନସ୍ଥ ଜୀବନ ଜୀବିକା ର ବିକାଶ ଉପରେ ତର୍ଜମା କରା ଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ କୁ ସେବା ଜଗତ ର ସୁନୀତା ତାଣ୍ଡି, ରୋଶ ନାରା ମହାନ୍ତି, ଗରୁଡ଼ ଭୋଇ, ଟଙ୍କଧର ବଗର୍ତ୍ତି, ଯାଜ୍ଞା ସେନୀ ଭୋଇ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।
ପଞ୍ଚାୟତ ସମିତି ସ୍ତରୀୟ ଆଭିମୁଖିକରଣ ଶିବିର
