Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୌତୁକରେ ମୋଟର ସାଇକେଲ ମାଗିଲେ ଅର୍ଜୁନ : ମଙ୍ଗଳସୂତ୍ର ସହ ଶଙ୍ଖାଚୁଡ଼ି ଖୋଲିଦେଲେ ଦେବକୀ

ବାଲିଗୁଡ଼ା: ନବ ବିବାହିତାଙ୍କ ଯୌତୁକକୁ ବିରୋଧ ଘଟଣା ଏବେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଯୌତୁକରେ ବର ମୋଟର ସାଇକେଲ ମାଗିବାରୁ ସମସ୍ତଙ୍କ ସାମ୍ନାରେ ମଙ୍ଗଳ ସୂତ୍ର ଓ ଶଙ୍ଖା,ଚୁଡି ଖୋଲି ଦେଇ ବାପା ଘରକୁ ଫେରି ଯାଇଛନ୍ତି ଜଣେ ନବ ବିବାହିତା କନ୍ୟା । ଏହି ଘଟଣାକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ଘଟଣା ପ୍ରକାରେ ତୁମୁଡିବନ୍ଧ ଥାନା ସାରୁପାଟା ଦୁର୍ଗମ ଇଲାକାର ଝିଅ ଦେବକୀ ଦିଗାଲ ଗତ ୯ ତାରିଖରେ ବାଲିଗୁଡ଼ା ଥାନା ବରିକିଆ ଗ୍ରାମର ଅର୍ଜୁନ ଦିଗାଲ ନାମକ ଯୁବକଙ୍କୁ ବିବାହ କରିଥିଲା । ହେଲେ ପରଦିନ କନ୍ୟା ପକ୍ଷ ଲୋକେ ବର ଘରକୁ ଆସିଥିବା ସମୟରେ ଯୌତୁକରେ ଏକ ମୋଟରସାଇକେଲ ଦେବାକୁ ବର ଦାବି କରିଥିଲା କନ୍ୟା ପକ୍ଷଙ୍କ ନିକଟରେ । ଆଉ ଏହି ସମୟରେ ନବବଧୂ ଯୌତୁକକୁ ବିରୋଧ କରିବା ସହ ସଭା ମଧ୍ଯରେ ମଙ୍ଗଳସୂତ୍ର ସହ ଶଙ୍ଖା,ଚୁଡି ଖୋଲି ଦେଇ ବାପା ଘରକୁ ଚାଲି ଯାଇଥିବା ଜଣାପଡ଼ିଛି । ଦୁର୍ଗମ ଇଲାକାରେ ବସବାସ କରୁଥିବା ଝିଅର ଏଭଳି ନିଷ୍ପତି ସହ ତାର ସାହସକୁ ନେଇ ଏବେ ସେ ଚର୍ଚ୍ଚାରେ ରହିଛି । ଅନ୍ୟପଟେ ବର ଘର ଲୋକେ ଯୌତୁକରେ ମୋଟରସାଇକେଲ ମାଗିବା ଘଟଣା ମିଛ ବୋଲି କହିବା ସହ ଆମକୁ ଏବେ ଝିଅ ଦରକାର ବୋଲି କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ