ରଜ ରିଲିଜରେ ମୁହାଁମୁହିଁ ହେବେ ଅନୁଭବ-ସିଦ୍ଧାନ୍ତ ; ଆସୁଛି ୨ଟି ଓଡ଼ିଆ ଫିଲ୍ମ


ଭୁବନେଶ୍ବର: ରଜରେ ଆସୁଛି ୨ ଓଲିଉଡ୍‌ ସୁପରଷ୍ଟାରଙ୍କ ଦମଦାର ଫିଲ୍ମ। ମୁହଁମୁହିଁ ହେବେ ଓଲିଉଡର ଦୁଇ ସୁପରଷ୍ଟାର ଅନୁଭବ ମହାନ୍ତି ଓ ସିଦ୍ଧାନ୍ତ ମହାପାତ୍ର। ଗୋଟେପଟେ ଅନୁଭବଙ୍କ ଲଭ୍ ଇନ୍ ଲଣ୍ଡନ୍ ମୁକ୍ତିଲାଭ କରିଥିବା ବେଳେ ଅନ୍ୟପଟେ ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନୀତି ଫିଲ୍ମ ଗୁଡ୍ଡୁ ଗ୍ୟାଙ୍ଗଷ୍ଟାର ରିଲିଜ୍ ହୋଇଛି । କଟକର ବୃନ୍ଦାବନ ସିନେମା ହଲ୍ ଏବଂ ସଙ୍ଗମ ମଲ୍ଟିପ୍ଲେକ୍ସରେ ସିନେମାର ପ୍ରିମିୟର ସୋ ଅନୁଷ୍ଠିତ ହୋଇଛି ।

ପ୍ରିମିୟର ସୋ’ରେ ବହୁ ସଂଖ୍ୟାକ ଦର୍ଶକ ଉପସ୍ଥିତ ଥିଲେ। ପ୍ରଯୋଜନା ସଂସ୍ଥାର ସଦସ୍ୟ ଏବଂ ଅଭିନେତା-ଅଭିନେତ୍ରୀମାନେ ମଧ୍ୟ ପ୍ରିମିୟର ସୋ ଉପସ୍ଥିତ ଥିଲେ । ତେବେ ଦୁଇ ସୁପର୍‌ଷ୍ଟାରଙ୍କ ଫିଲ୍ମ ଦେଖିବାକୁ ଦର୍ଶକ ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ିଛି। କାହାଣୀକୁ ନେଇ ମଧ୍ୟ ଦର୍ଶକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖିବାକୁ ମିଳିଛି ।