Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବକାରୀ ଓ ପୋଲିସ ର ମିଳିତ ଚଢାଉ ରେ ବ୍ୟାପକ ହାଣ୍ଡିଆ,ମହୁଲ ପୋଚ ଜବତ l

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଆଜି ଅବକାରୀ ଓ ପୋଲିସ ଟିମ୍ ମିଳିତ ଭାବରେ ଚଢ଼ାଉ କରି ବିପୁଳ ମାତ୍ରାରେ ହାଣ୍ଡିଆ ଜବତ କରିଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ଏହି ଥାନା ଅନ୍ତର୍ଗତ ଯଉଁରାଭଉଁରା, ହାତୀଲିମୁଣ୍ଡା, ବ୍ରାହ୍ମୀଣିପାଲି ଆଦି ଗାଁ ମାନଙ୍କରେ ବେଆଇନ ଭାବରେ ହାଣ୍ଡିଆ ରନ୍ଧାଯାଉଥିବା ଖବର ପାଇ ଅବକାରୀ ଓ ପୋଲିସ ଟିମ୍ ମିଳିତ ଭାବରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଉକ୍ତ ଗ୍ରାମ ମାନଙ୍କରୁ ୧୫୦ ଲିଟର ହାଣ୍ଡିଆ ଜବତ ସହ ୨ କ୍ୟୁଣ୍ଟାଲ୍ ମହୁଲ ପୋଚ ନଷ୍ଟ କରିଥିବା ଜଣାପଡିଛି। ଏଥି ସହିତ ହାଣ୍ଡିଆ ରନ୍ଧା ରେ ବ୍ୟବହୃତ ହେଉଥିବା ବିଭିନ୍ନ ରନ୍ଧା ଉପକରଣ ସାମଗ୍ରୀ ଜବତ କରିଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ