ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, ମହିଳା ଶାଖା ତରଫରୁ ସଚେତନତା ସଭା


ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ମହିଳା ଶାଖା ତରଫରୁ ଆଜି ଭବାନୀପାଟଣା ସ୍ଥିତ ଗୋପବନ୍ଧୁ ନଗର ବଡ ପଡା ଠାରେ ସ୍ଥାନୀୟ ମହିଳାମାନଙ୍କୁ ନେଇ ଏକ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି ।ଏଠାରେ ଉପସ୍ଥିତ ମହିଳାମାନଙ୍କୁ ବାବାସାହେବ ଡ. ବି.ଆର୍ ଆମ୍ବେଦକର ସମ୍ବିଧାନରେ ମହିଳା ମାନଙ୍କ ପାଇଁ ଦେଇଥିବା ଅଧିକାର, ଶିକ୍ଷାର ଜନନୀ ମାତା ସାବିତ୍ରୀ ବାଇ ଫୁଲେଙ୍କ ବିଷୟରେ ଅବଗତ କରାଯାଇଥିଲା । ପରିଶେଷରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, ମହିଳା ଶାଖା ତରଫରୁ ଗୋପବନ୍ଧୁ ନଗର ପାଇଁ ଏକ କମିଟି ଗଠନ କରାଯାଇଥିଲା ।ଏଥିରେ ସର୍ଵ ସମ୍ମତି କ୍ରମେ ମାୟା ନାଏକଙ୍କୁ ସଭାନେତ୍ରୀ ଏବଂ ବନ୍ଦନା ପାଲଙ୍କୁ ସମ୍ପାଦିକା ଭାବରେ ମନୋନୀତ କରାଯାଇଥିଲା ।ବୈଠକଟିକୁ ଉଷାରାଣୀ ବାଗ ଶୃଙ୍ଖଳିତ ଭାବରେ ପରିଚାଳନା କରିଥିଲେ । ଏହି ସଭା ରେ AOSCFK ର ସଦସ୍ୟା ଆରତୀ ନାଏକ ଓ AOSCFK ର ଉପଦେଷ୍ଟା ଏସ ସୁଜାତା ଉପସ୍ଥିତ ଥିଲେ