Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନ୍‌ଲାଇନ୍‌ରେ ଟ୍ରେନ୍‌ ଟିକେଟ୍‌ ବିକ୍ରି କରିବ ଆଦାନୀ ଗ୍ରୁପ୍!

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ତଥା ଆଦାନୀ ଗ୍ରୁପ୍‌ର ପ୍ରତିଷ୍ଠାତା ଗୌତମ ଆଦାନୀ ଗ୍ରୁପ୍ ଏକ ଅନଲାଇନ୍ ଟ୍ରେନ୍ ଟିକେଟ୍ ବୁକିଂ ପ୍ଲାଟଫର୍ମ କିଣିବା ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି। ଅନଲାଇନ୍ ଟ୍ରେନ୍ ବୁକିଂ ପ୍ଲାଟଫର୍ମ ଟ୍ରେନମ୍ୟାନ୍ ପରିଚାଳନା କରୁଥିବା ଷ୍ଟାର୍କ ଏଣ୍ଟରପ୍ରାଇଜେସ୍ (SEPL) ରେ ଏହା 100% ଇକ୍ୱିଟି ହାସଲ କରିବ ବୋଲି ଆଦାନୀ ଗ୍ରୁପର ଫ୍ଲାଗସିପ୍ ବ୍ୟବସାୟ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସ୍ ଶୁକ୍ରବାର ଦିନ କହିଛି। ଟ୍ରେନ୍ ମ୍ୟାନର ସମସ୍ତ ସେୟାରକୁ କିଣି ନେଲା ଗୌତମ ଆଦାନୀଙ୍କ କମ୍ପାନୀ ଏଡିଏଲ। ତେବେ ଏହି କାରବାରର ମୂଲ୍ୟ କମ୍ପାନୀ ପ୍ରକାଶ କରି ନାହିଁ।

ଆଦାନୀ ଏଣ୍ଟରପ୍ରାଇଜେସ୍ ର ଷ୍ଟକ୍ ଏକ୍ସଚେଞ୍ଜକୁ ପଠାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଷ୍ଟାର୍ ଏଣ୍ଟରପ୍ରାଇଜେସ୍‌ ୧୦୦% ଅଂଶଧନ ଅଧିଗ୍ରହଣ ସଂପର୍କରେ କମ୍ପାନୀର ସମ୍ପୂର୍ଣ୍ଣ ମାଲିକାନା ସହାୟକ କମ୍ପାନୀ ଆଦାନୀ ଡିଜିଟାଲ୍ ଲ୍ୟାବ୍ସ ଏକ ସେୟାର କ୍ରୟ ଚୁକ୍ତି ସ୍ୱାକ୍ଷର କରିଛି।

ଗୁରୁଗ୍ରାମ ଭିତ୍ତିକ ଷ୍ଟାର୍କ ଏଣ୍ଟରପ୍ରାଇଜେସ୍ ପିଭି ଲିମିଟେଡ୍ (SEPL) କମ୍ପାନୀ ଟ୍ରେନମ୍ୟାନ୍ ହେଉଛି ଏକ IRCTC ଅନୁମୋଦିତ ଅନ୍‌ଲାଇନ୍ ଟ୍ରେନ୍ ଟିକେଟ୍ ବୁକିଂ ଷ୍ଟାର୍ଟଅପ୍। SEPL ଆଇଆଇଟି ରାଉରକେଲା ସ୍ନାତକ ବୀନିତ ଚିରାନିଆ ଏବଂ କରଣ କୁମାରଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। କମ୍ପାନୀ ନିକଟରେ ଆମେରିକାର ନିବେଶକଙ୍କ ଗୁଡ୍ ୱାଟର୍ କ୍ୟାପିଟାଲ୍, ହେମ୍ ଆଞ୍ଜେଲସ୍ ଏବଂ ଅନ୍ୟାନ୍ୟ ଏକ ନିବେଶକାରୀଠୁ ୧ ମିଲିୟନ୍ ଡଲାର୍ ପାଣ୍ଠି ସଂଗ୍ରହ କରିଛି।

ଫେବୃଆରୀ 2023 ଶେଷରେ, ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ବ୍ୟାପକ କ୍ଷତି ହୋଇଥିଲା​। ଏବେ କିନ୍ତୁ କମ୍ପାନୀ ଠିକଠାକ ଚାଲୁଥିବା ସୂଚନା ରହିଛି।