Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଣିପୁର ହିଂସା; ଉପଦ୍ରବୀଙ୍କ ଗୁଳିମାଡରେ ଜଣେ ଯବାନ ଆହତ

ଇମ୍ଫାଲ: ଥମୁନି ମଣିପୁର ହିଂସା। ଚାରିଆଡେ ଆତଙ୍କରାଜ ଦେଖିବାକୁ ମିଳିଛି। ଲୋକଙ୍କ ମଧ୍ୟରେ ବଢୁଛି ଉତ୍ତେଜନା। ଚିଙ୍ଗମାଙ୍ଗ ଅଞ୍ଚଳରେ ସ୍ଥାନୀୟ ଲୋକ ଖେଳାଉଥିବା ଦେଖିବାକୁ ମିଳିଛି। ଦୁବୃର୍ତ୍ତଙ୍କ ଗୁଳିମାଡରେ ଜଣେ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ଉତ୍ତ୍ୟକ୍ତ ଲୋକମାନେ ଚିଙ୍ଗମାଙ୍ଗ ଅଭିମୁଖେ ଯାଇ ଏହି ଗୁଳିକାଣ୍ଡ ଘଟାଇଛନ୍ତି ।

ଆହତ ଯବାନଙ୍କୁ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ମଣିପୁରର ଖାମେନଲୋକ ଅଞ୍ଚଳର ଏକ ଗ୍ରାମରେ ଆତଙ୍କବାଦୀଙ୍କ ଗୁଳିମାଡରେ ୯ ଜଣ ପ୍ରାଣ ହରାଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଇମ୍ଫାଲ ଇଷ୍ଟରେ ଘଟିଥିବା ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ବଢିଯାଇଛି। ଏହାକୁ ଦୃଷ୍ଟିରେ ରଖି ସେଠାରେ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।