Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାତାଳୀ ଶ୍ରୀକ୍ଷେତ୍ର ରେ ଘୋଷ ଯାତ୍ରା ; ଚତୁର୍ଦ୍ଧାମୂର୍ତ୍ତି ଙ୍କ ରଥାରୂଢ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ବିଭିନ୍ନ ସ୍ଥାନରେ ଆଜି ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇ ଥିବା ବେଳେ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ରେ ମଧ୍ୟ ଅନୁଷ୍ଠିତ ଘୋଷ ଯାତ୍ରାରେ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିବା ଦେଖା ଯାଇଥିଲା l ସକାଳ 5 ଘଣ୍ଟା ରେ ଦ୍ଵାର ଫିଟା, 5.30 ରେ ସୂର୍ଯ୍ୟ ଅର୍ଘ୍ୟ,ଦ୍ଵାରପାଳ ପୂଜା, 6 ଟାରେ ମଙ୍ଗଳ ଆଳତି,6.30 ରେ ଖେଚୁଡ଼ି ଭୋଗ, 7 ରେ ବେଶ, 8 ରେ ପୂଜାନୀତି, 8.30 ରଥ ପ୍ରତିଷ୍ଠା, 9.30 ଧାଡ଼ି ପହଣ୍ଡି ଆଦି ପରେ ଛଳିଆ ପାହାଡ଼ ଉପରେ ଥିବା ଶ୍ରୀ ମନ୍ଦିର ରୁ ପ୍ରଥମେ ସୁଦର୍ଶନ ତାପରେ ବଳଭଦ୍ର,ଦେବୀ ସୁଭଦ୍ରା ଏବଂ ଶେଷରେ ଛଳିଆ ଠାକୁର କାଳିଆ ଧାଡ଼ି ପହଣ୍ଡିରେ ବାଇଶି ପାହାଚ ଦେଇ ପହଣ୍ଡିରେ ରଥ ପାଖରେ ପହଞ୍ଚି ଥିଲେ l ପନ୍ଦର ହଜାରରୁ ଉର୍ଦ୍ଧ୍ବ ଲୋକ ସମାଗମ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଥଣ୍ଡା ପାନୀୟ ଜଳ ଦହି ସର୍ବତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ବଣ୍ଟା ଯାଉଥିଲା l ଅପରାହ୍ନ ଏକ ବେଳକୁ ଚତୁର୍ଦ୍ଧାମୂର୍ତ୍ତି ତିନି ରଥରେ ରଥାରୂଢ ହୋଇ ସାରି ଥିଲେ l ଗ୍ରାମର ଗୌନ୍ତିଆ ଚାମରl ଅମାତ ଠାକୁରଙ୍କ ଚ୍ଛେରାପହରା କରିଥିଲେ l କେବଳ ମହିଳା ମାନେ ଦେବୀଙ୍କ ରଥ ଟାଣି ଥିବାବେଳେ ମହିଳା ମାନେ ସଙ୍କୀର୍ତ୍ତନ ପରିବେଷଣ କରିଥିଲେ l ପରିଚାଳନା କମିଟି ତରଫରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ସହ ବିଭିନ୍ନ ସ୍ଥାନରେ ଯାନବାହାନ ପାଇଁ ପାର୍କିଂ ର ବ୍ୟବସ୍ଥା କରାଯାଇ ଥିଲା l ଆଡପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି ସନ୍ଧ୍ୟା ପୂର୍ବରୁ ବିଜେ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ