Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟୁଇଟର ସିଇଓଙ୍କୁ ଭେଟିଲେ ମୋଦୀ

ନୂଆଦିଲ୍ଲୀ: ୪ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଆମେରିକାରେ ଟୁଇଟର ସିଇଓ ତଥା ଟେସଲାର ପ୍ରତିଷ୍ଠାତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ। ଏହି ସମୟ ଏଲୋନ୍ ମସ୍କ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ଏହାସହିତ ସେ ମୋଦୀଙ୍କ ପ୍ରଶଂସକ ବୋଲି ମଧ୍ୟ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ଟେସଲା ସିଇଓ ଏଲୋନ୍ ମସ୍କ ଏହାକୁ ଏକ ଚମତ୍କାର ସଭା ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି। 

ବୁଧବାର ଜାତିସଂଘ ମୁଖ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ବ ନେ‌ବେ ମୋଦୀ। ଏଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି।ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏହି ସାକ୍ଷାତ ପରେ ଏଲୋନ୍ ମସ୍କ ଗଣମାଧ୍ୟମକୁ କହିଛନ୍ତି ଯେ ଭାରତ ପ୍ରଧାନମନ୍ତ୍ରୀ ପ୍ରକୃତରେ ଭାରତକୁ ବହୁତ ଭଲ ପାଆନ୍ତି। ସେ ଦେଶରେ ଗୁରୁତ୍ୱପୂର୍ଣ୍ଣ ପୁଞ୍ଜି ବିନିଯୋଗ କରିବାକୁ ଟେସଲାକୁ ଉତ୍ସାହିତ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ