Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରଫାବୃତ୍ତ ଲଦାଖ ପାହାଡ ମଝିରେ ଥିବା ପେଙ୍ଗୋଙ୍ଗ ହ୍ରଦ ନିକଟରେ ଯୋଗ କଲେ ଭାରତୀୟ ଯବାନ

ନୂଆଦିଲ୍ଲୀ: ଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଆନ୍ତର୍ଜାତୀୟ ଯୋଗ ଦିବସ ୨୧ ଜୁନ୍ ରେ ପାଳନ କରାଯାଏ। ଯୋଗ ମାଧ୍ୟମରେ ସଚେତନତା, ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଲାଭ ମିଳିଥାଏ। ନବମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ସେନା ସୈନିକମାନେ ବୁଧବାର ଲଦାଖର ପାଙ୍ଗଙ୍ଗ ସୋ ହ୍ରଦରେ ଯୋଗ ପ୍ରଦର୍ଶନ କରିଥିଲେ। ଏଥି ସହିତ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଧ୍ୟ ରାଜଧାନୀର ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଯୋଗ ପ୍ରଦର୍ଶନ କରିଥିଲେ। ଏହାସହ ଦେଶକୁ ରକ୍ଷା କରିବାକୁ ହେଲେ ଶରୀରକୁ ସୁସ୍ଥ ରଖିବାକୁ ପଡିବ । ଏଥିପାଇଁ ଯୋଗ ସବୁଠାରୁ ବଡ ସାଧନ ବୋଲି ବାର୍ତ୍ତା ଦେଇଛନ୍ତି ଭାରତୀୟ ଯବାନ ।

ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂନୌସେନା ମୁଖ୍ୟ ଆର ହରି କୁମାରଙ୍କ ସହ କେରଳର କୋଚିରେ INS Vikrant ଯୋଗ କରିଥିଲେ। ଏହି ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୨୧ରେ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟରେ ଜାତିସଂଘର ନେତୃତ୍ୱ ତଥା ଆନ୍ତର୍ଜାତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ଯୋଗ ଦିବସ ପାଳନ କରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ