Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଏବଂ ବିହାର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମିଳିଛି ହତ୍ୟା ଧମକ। ହତ୍ୟା ଧମକ ନେଇ ଆଜି ଦିଲ୍ଲୀ ପୋଲିସକୁ ଦୁଇଟି PCR କଲ ଆସିଥିବା ଜଣାପଡିଛି। ଏହି ବ୍ୟକ୍ତି ଜଣକ ମାଦିପୁରର ବାସିନ୍ଦା ସୁଧୀର ଶର୍ମା ବୋଲି ଜଣାପଡିଛି। ଅଭିଯୁକ୍ତଙ୍କ ପରିବାର କହିଛନ୍ତି ଯେ ସେ ପ୍ରାୟତଃ ନିଶାସକ୍ତ ଅବସ୍ଥାରେ ରୁହନ୍ତି। ଅଧିକାଂଶ ସମୟ ମଦ୍ୟପାନ କରନ୍ତି।

ପୋଲିସର ସୂଚନାନୁସାରେ, ଆଜି ସକାଳ ୧୦.୪୨ରେ ପ୍ରଥମ PCR କଲ୍ ଆସିଥିଲା। ଯେଉଁଥିରେ କଲ୍ କରୁଥିବା ବ୍ୟକ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ୧୦ କୋଟି ଟଙ୍କା ନ ଦେଲେ ହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ଏହାର ଲୋକେସନ୍‌ ନାଙ୍ଗଲୋଇ ଅଞ୍ଚଳରୁ ମିଳିଛି। ତା’ପରେ ସକାଳ ୧୦.୫୪ ରେ ଉକ୍ତ କଲ୍ କରୁଥିବା ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ୨ କୋଟି ଟଙ୍କା ନ ଦେଲେ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ସମାନ ନମ୍ବରରୁ ଉଭୟ କଲ କରାଯାଇଥିଲା। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଅଳ୍ପ ସମୟ ମଧ୍ୟରେ କଲ୍ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା। ପୋଲିସ ତାଙ୍କ ଘରେ ପହଞ୍ଚିବା ପରେ ବ୍ୟକ୍ତି ଜଣକ ସେଠାରେ ଉପସ୍ଥିତ ନଥିଲେ। ଏହି ଧମକ ଦେଉଥିବା ବ୍ୟକ୍ତି ସୁଧୀର ଶର୍ମା ବୋଲି ଜଣାପଡିଛି। ପଚରାଉଚରା ବେଳେ ଜଣା ପଡିଛି ଯେ ସେ ମଦ୍ୟପାନ କରନ୍ତି। ତାଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ