Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖାଉଟିଙ୍କୁ ଆଶ୍ବସ୍ତି; ଶସ୍ତା ହେବ ଚାଉଳ

ନୂଆଦିଲ୍ଲୀ: ଖାଉଟିଙ୍କ ଲାଗି ଖୁସି ଖବର। ଶସ୍ତା ହେବ ଚାଉଳ। ଖୋଲା ବଜାରରେ ଖାଦ୍ୟ ଶସ୍ୟର ମୂଲ୍ୟ ବୃଦ୍ଧି ନହେବା ଲାଗି ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଏହାସହିତ ଲୋକମାନଙ୍କୁ ଖାଦ୍ୟ ଶସ୍ୟ ଶସ୍ତା ମୂଲ୍ୟରେ ମିଳିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଏଥିପାଇଁ ସରକାର ଶସ୍ୟ ଭଣ୍ଡାର ବୃଦ୍ଧି କରିଛନ୍ତି। ଖାଦ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ୨୦୨୨-୨୩ ବର୍ଷରେ ଏପର୍ଯ୍ୟନ୍ତ ସରକାର ୫.୫୮ କୋଟି ଟନ୍ ଚାଉଳ ଷ୍ଟକ କରିଛନ୍ତି । ଏହା ବ୍ୟତୀତ ସରକାର ୧.୨୨ କୋଟି ଚାଷୀଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ୧.୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏ ନେଇ ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଅନ୍ୟପକ୍ଷରେ, ୨୦୨୨-୨୩ ବର୍ଷରେ ଏପର୍ଯ୍ୟନ୍ତ ସରକାର ୫.୫୮ କୋଟି ଟନ୍ ଚାଉଳ ଷ୍ଟକ କରିଛନ୍ତି । ଯାହା ଗତ ବର୍ଷର ମୋଟ ୧୮୮ ନିୟୁତ ଟନ୍ କ୍ରୟଠାରୁ ଅଧିକ। ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ବର୍ତ୍ତମାନର ଗହମ ଏବଂ ଚାଉଳ କ୍ରୟରୁ ସରକାରୀ ଷ୍ଟକରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଶସ୍ୟ ମହଜୁଦ ଅଛି। ସୂଚା ଅନୁଯାୟୀ ଗହମ ଏବଂ ଚାଉଳର ମିଳିତ ଷ୍ଟକ୍ ୫୭ ନିୟୁତ ଟନ୍‌ରେ ପହଞ୍ଚିଛି। ଯାହା ଦେଶର ଖାଦ୍ୟ ଆବଶ୍ୟକତା ଦୃଷ୍ଟିରୁ ସନ୍ତୋଷଜନକ ଅଟେ।