Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଫାଷ୍ଟ୍‌ ଲେଡି ଲେଡି ଜିଲ୍‌ ବାଇଡେନଙ୍କୁ ଗ୍ରୀନ୍ ଡାଇମଣ୍ଡ ଉପହାର ଦେଲେ ମୋଦୀ

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ହ୍ବାଇଟ ହାଉସରେ ପହଞ୍ଚି ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଫାଷ୍ଟ ଲେଡି ଲେଡି ଜିଲ ବାଇଡେନଙ୍କୁ ଭେଟିଛନ୍ତି। ସେଠାରେ ପହଞ୍ଚିବା ପରେ ମୋଦୀ ଉଭୟଙ୍କୁ ଏକ ଗ୍ରୀନ୍ ଡାଇମଣ୍ଡ ଉପହାର ଦେଇଛନ୍ତି। ଏହାସହ ରାଜସ୍ଥାନର ଜୟପୁର କାରିଗରଙ୍କଦ୍ବାରା ଖୋଦେଇ କରାଯାଇଥିବା ଚନ୍ଦନକାଠ ବାକ୍ସଟିଏ ଉପହାର ଦେଇଛନ୍ତି।

ସୂଚନା ଅନୁଯାୟୀ ଆଜି ହ୍ବାଇଟ ହାଉସରେ ରାତ୍ରୀ ଭୋଜନ କରିବେ ମୋଦୀ। ଅନ୍ୟପଟେ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ପ୍ରଥମ ଲେଡି ଜିଲ୍‌ ବାଇଡେନ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଂଶ ଶତାବ୍ଦୀ ପ୍ରାରମ୍ଭ ସମୟର ହାତ ତିଆରି ପୁରାତନ ଆମେରିକୀୟ ‘ବୁକ୍‌ ଗାଲି’, ଏକ ପୁରାତନ କ୍ୟାମେରା ଏବଂ ଆମେରିକୀୟ ବନ୍ୟପ୍ରାଣୀଙ୍କ ଫଟୋଚିତ୍ର ଥିବା ବୋର୍ଡ ବନ୍ଧେଇ ପୁସ୍ତକ ପ୍ରଦାନ କରିଛନ୍ତି। ସେହିପରି, ଜିଲ୍‌ ବାଇଡେନ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘କଲେକ୍‌ଟେଡ୍‌ ପୋଏମ୍‌ସ୍‌ ଅଫ୍‌ ରବର୍ଟ ଫ୍ରଷ୍ଟ୍‌’ ପୁସ୍ତକର ପ୍ରଥମ ସଂସ୍କରଣର କପି ସ୍ବାକ୍ଷର କରି ଭେଟି ଦେଇଛନ୍ତି।

More Stories