Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଦ ପିଇ ମାତାଲ ଶିକ୍ଷକ; ଭିଡ଼ିଓ ଭାଇରାଲ

କୋକସରା:  ଖରା ଛୁଟି ପରେ ମଙ୍ଗଳବାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲି ଥିବା ବେଳେ କୋକସରା ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଥିବା ଲଡୁଗାଁ ପଞ୍ଚାୟତ ଘନାଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ କୋଠରି ରେ ମଦ ପିଅ ଶିକ୍ଷକ ମାତାଲ ହୋଇଥିବା ଏକ ଭିଡ଼ିଓ ଭାଇରାଲ ହୋଇ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି ।ମଙ୍ଗଳବାର ସ୍କୁଲ ଦିର୍ଘ ଦିନ ର ଛୁଟି ପରେ ଖୋଲିଥିବା ବେଳେ ଏହି ସ୍କୁଲ ର ସହକାରୀ ଶିକ୍ଷକ ଥିବା ଭୋଜରାଜ ଶବର ମଦ ପିଇ ମାତାଲ ଅବସ୍ଥାରେ ଶ୍ରେଣୀ କୋଠରି ରେ ଚୌକି ରେ ନିଘୋଡ଼ ନିଦ ରେ ରହିଥିବା ବେଳେ ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ୱାର୍ଡ଼ ମେମ୍ବର ରୁଦ୍ର ପ୍ରସାଦ ଦାସ ଓ ସ୍ଥାନୀୟ କିଛି ଯୁବକ ସ୍କୁଲ ରେ ପହଞ୍ଚି ଶିକ୍ଷକ ଙ୍କୁ ନିଦ ରୁ ବାରମ୍ବାର ଉଠାଉଥିବା ବେଳେ ଶିକ୍ଷକ ମଦ ନିଶା ରେ ନିଦ ରୁ ଉଠିବା ପାଇଁ ନାରାଜ ଥିବା ଭଳି ଜଣାପଡୁଛି। ତେବେ ଏ

ହି ଘଟଣା ନୂଆ ନୁହେଁ ୨୦୧୭ ରୁ ଏହି ସ୍କୁଲ ରେ ଶିକ୍ଷକ ଥିବା ଏହି ବାବୁ ଙ୍କ କୁଆଡେ ନିତିଦିନିଆ ଅଭ୍ୟାସ, ପୂର୍ବରୁ ସ୍କୁଲ ପରିଚାଳନା କମିଟିର ସଦସ୍ୟ ମାନେ ଶିକ୍ଷକ ନାଁ ରେ ଅଭିଯୋଗ ମଧ୍ୟ ଆଣିଥିବା ଜଣାପଡିଛି। ଏହି ଘଟଣା ପରେ ସ୍କୁଲ କମିଟି ର ସଭାପତି ବିମଲ ସେଠି, ଉପ ସଭାପତି କପିଳ ରାଉତ ଓ ଅନ୍ୟ ସଦସ୍ୟ ମାନେ ସ୍କୁଲ ର ପ୍ରଧାନ ଶିକ୍ଷକ କୁଳମଣି ସାହୁ ଙ୍କୁ ପ୍ରଶ୍ନ କରିବାରୁ ମୁ କଣ କରିବି ଆଗରୁ ଶିକ୍ଷକ ଙ୍କ ବିଷୟରେ ଗୋଷ୍ଠି ଶିକ୍ଷାଧିକାରୀ ଙ୍କୁ ଅଭିଯୋଗ କରିଛି ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନାହିଁ ବୋଳି କହିଥିବା ଜଣାପଡିଛି। ତେବେ ଶିକ୍ଷା ଭଳି ପବିତ୍ର ମନ୍ଦିର ରେ ଜଣେ ଶିକ୍ଷକ ଙ୍କ ଏଭଳି କାର୍ଯ୍ୟ କୁ ନେଇ ସାଧାରଣ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ଏନେଇ କୋକସରା ଗୋଷ୍ଠି ଶିକ୍ଷାଧିକାରୀ ନେପାଳ ବାଗ ଙ୍କ ପ୍ରତିକ୍ରିୟା ନେବାରୁ ଘଟଣା ସମ୍ପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଳି କହିଛନ୍ତି।