Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ମାର୍ଟ ଟିଭି, ସ୍ପିକର ବି ଚୋରି କରିପାରେ ଗୋପନୀୟ ତଥ୍ୟ

ନୂଆଦିଲ୍ଲୀ: କେବଳ ସ୍ମାର୍ଟ ଫୋନ ନୁହେଁ ବରଂ ସ୍ମାର୍ଟ ଟିଭି ଏବଂ ସ୍ପିକର ଦ୍ବାରା ବି ଚୋରି ହୋଇପାରେ ଆପଣଙ୍କ ଗୋପନୀୟ ତଥ୍ୟ। ସ୍ମାର୍ଟଫୋନ୍, ସ୍ମାର୍ଟ ଟିଭି ଏବଂ  ସ୍ପିକର ଥିଲେ ହୋଇଯାଆନ୍ତୁ ସାବଧାନ। ସ୍ମାର୍ଟଫୋନ ଗୁଇନ୍ଦା ଭଳି କାମ କରେ। କିନ୍ତୁ ସ୍ମାର୍ଟ ଟିଭି ଏବଂ ସ୍ପିକର ଗୁଇନ୍ଦା ଭଳି କାମ କରିବା ଆରମ୍ଭ କରିଛି। ଏହା ଆପଣଙ୍କ ଅଜାଣତରେ ଆପଣଙ୍କ ଉପରେ ନଜର ମଧ୍ୟ ରଖିପାରେ। ଏହା ଏକ ସାଧାରଣ କଥା ଆପଣ କୌଣସି ସ୍ମାର୍ଟ ଡିଭାଇସ୍ ବ୍ୟବହାର କରନ୍ତି, ଇଣ୍ଟରନେଟ୍ କନେକ୍ନସନ ନିଶ୍ଚୟ କରନ୍ତି। ଆଉ ଇଣ୍ଟରନେଟ୍ ସହ ଯେଉଁ ଡିଭାଇସ ଯୋଗ ହୁଏ ସେହି ଡିଭାଇସ ଆମ ଗୋପନୀୟତାକୁ ହ୍ୟାକ୍ କରିପାରେ। ସ୍ମାର୍ଟ ଡିଭାଇସ୍ ଆପଣଙ୍କୁ ଆପଣଙ୍କୁ ଅନେକ ସମୟରେ ବିପଦରେ ମଧ୍ୟ ପକାଇପାରେ।

ସ୍ମାର୍ଟ ଟିଭିରେ ବିଲ୍ଟ-ଇନ୍ କ୍ୟାମେରା ଏବଂ ମାଇକ୍ରୋଫୋନ୍ ଆପଣଙ୍କ ସ୍ୱର ଏବଂ ଚେହେରାକୁ ଚିହ୍ନିବା ପାଇଁ ଫିଚର ରହିଛି। ଏହି ଫିଚର ଜରିଆରେ ହ୍ୟାକର୍ମାନେ ସହଜରେ ଆମ ଡିଭାଇସ ଭିତରେ ପ୍ରବେଶ କରିପାରନ୍ତି ଏବଂ ଆପଣଙ୍କ ଗୋପନୀୟ ତଥ୍ୟ ଚୋରି କରିପାରନ୍ତି। ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୦୧୭ରେ ଗୁଗୁଲ ନିଶ୍ଚିତ କରିଛି ଯେ ଏହାର ଗୁଗୁଲ୍ ହୋମ୍ ମିନି ସ୍ମାର୍ଟ ସ୍ପିକରରେ ଏକ ଛୋଟ ଗ୍ଲିଚ୍ ଯୋଗୁଁ ଡିଭାଇସ୍ ବ୍ୟବହାରକାରୀଙ୍କ କଲ୍‌ ରେକର୍ଡ କରେ। ଗୁଗୁଲ୍ ହୋମ୍ ଏବଂ ଅନ୍ୟ ସ୍ମାର୍ଟ ସ୍ପିକର ଆପଣଙ୍କ କଥା ଶୁଣେ। ଯେପରିକି “ଓକେ ଗୁଗୁଲ୍”, “ହେ ଗୁଗୁଲ୍”, “ହେ ଆଲେକ୍ସା” ଭଳି ଶବ୍ଦକୁ ସେ କ୍ୟାପଚର କରେ। ଏହି ଏକଟିଭ ୱାର୍ଡ୍ସ ଡିଭାଇସ ପାଇଁ ଟ୍ରିଗର ଭାବରେ କାର୍ଯ୍ୟ କରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ