Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମେରିକାରେ ମୋଦୀଙ୍କ ଲାଗି ହାଇ ପ୍ରୋଫାଇଲ୍‌ ଷ୍ଟେଟ୍‌ ଡିନର; ସାମିଲ ହେଲେ ୪୦୦ ବିଶିଷ୍ଟ ଅତିଥି

ୱାଶିଂଟନ: ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଅବିସ୍ମରଣୀୟ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ଲେଡି ଜିଲ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାଗି ଏକ ହାଇ ପ୍ରୋଫାଇଲ ଷ୍ଟେଟ ଡିନରର ଆୟୋଜନ କରିଥିଲେ। ଏଥିରେ ପ୍ରାୟ ୪୦୦ ଅତିଥିଙ୍କ ଲାଗି ଆୟୋଜନ କରାଯାଇଥିଲା।

ଏହି ହାଇ ପ୍ରୋଫାଇଲ ଷ୍ଟେଟ ଡିନରରେ ସାମିଲ ହୋଇଥିଲେ ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ ଓ ପତ୍ନୀ ନୀତା ଅମ୍ବାନୀ । ମୁକେଶ ଅମ୍ବାନୀ ବ୍ଲାକ ସୁଟ ପିନ୍ଧିଥିବାବେଳେ ନୀତା ଅମ୍ବାନୀ ପୁରା ଭାରତୀୟ ବେଶଭୂଷାରେ ସଜେଇ ହୋଇ ହ୍ୱାଇଟ ହାଉସକୁ ଯାଇଥିଲେ ।

ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସହ ଏହି ନୈଶ ଭୋଜିରେ ସାମିଲ ହୋଇଥିଲେ ଆନନ୍ଦ ମହିନ୍ଦ୍ରା,  ଭାରତୀୟ ମୂଳ ସୁନ୍ଦର ପିଚଇ, ଇନ୍ଦିରା ନୁୟୀ । ଅନ୍ୟମାନଙ୍କ ମଧ୍ୟରେ ଆପଲ କମ୍ପାନୀର ସିଇଓ ଟିମ କୁମ ମଧ୍ୟ ଏହି ନୈଶ ଭୋଜନରେ ସାମିଲ ହୋଇଥିଲେ । ଭାରତ ସରକାରଙ୍କ ପ୍ରତିନିଧି ଭାବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବିଦେଶ ସଚିବ ବିନୟ ମୋହନ କ୍ୱାତ୍ରା ମଧ୍ୟ ରାତ୍ରି ଭୋଜନରେ ସାମିଲ ହୋଇଥିଲେ ।

More Stories