ଆସାମରେ ବନ୍ୟା ସ୍ଥିତି ସଂଗୀନ ; ପ୍ରାୟ ୫ ଲକ୍ଷ ଲୋକ ଜଳବନ୍ଦୀ


ଆସାମ: ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି। ବନ୍ୟା ଯୋଗୁ ଅଧିକାଂଶ ଜିଲ୍ଲା ଜଳବନ୍ଦୀ ହୋଇରହିଛନ୍ତି। ପ୍ରାୟ ୫ ଲକ୍ଷ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ସପ୍ତାହେ ଧରି ଏଭଳି ବନ୍ୟାସ୍ଥିତି ଲାଗି ରହିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି। ଉଦ୍ଧାରକାରୀ ଟିମ୍ ଦ୍ବାରା ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେପଟେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଯୋଗୁ ଅନେକ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି । ଆଶ୍ରୟସ୍ଥଳରେ ୧୪ ହଜାରରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି । ବନ୍ୟା ଯୋଗୁ ପ୍ରାୟ ୨୨ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି।

ବ୍ରହ୍ମପୁତ୍ର ନଦୀ ସମେତ ପୁଥିମାରୀ, ପାଗଲଡିଆ, ମାନସ ଆଦି ନଦୀରେ ଜଳସ୍ତର ବିପଦସଙ୍କେତ ଉପରେ ପ୍ରଭାବିତ ହେଉଛି । ସେନା, NDRF, SDRF ଓ ଅଗ୍ନିଶମ ବାହିନୀ ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ଆଜି ବି