ବୋର୍ଡ ପାଠ୍ୟକ୍ରମରେ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ;ସାମିଲ ହେଲା ସବରକରଙ୍କ ସହ ୫୦ ମହାପୁରୁଷଙ୍କ ଜୀବନୀ


ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବୋର୍ଡ ପାଠ୍ୟକ୍ରମରେ ହେଲା ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ। ସାମିଲ ହେଲା ମହାପୁରୁଷଙ୍କ ଜୀବନୀ। ଉତ୍ତର ପ୍ରଦେଶ ମାଧ୍ୟମିକ ଶିକ୍ଷା ବୋର୍ଡରେ ସାମିଲ କରାଯାଇଛି ଦାମୋଦର ସବରକରଙ୍କ ଜୀବନୀ। ଏହାସହ ପିଲାମାନଙ୍କ ପାଇଁ ପାଠ୍ୟକ୍ରମରେ ସବରକରଙ୍କ ଜୀବନୀ ପଢିବା ବାଧ୍ୟତାମୂଳକ କରାଯାଇଛି । ଏହାସହ ଛାତ୍ରଛାତ୍ରୀମାନେ ଏ ବିଷୟରେ ପାସ୍ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।

ସବରକରଙ୍କ ବ୍ୟତୀତ ପାଠ୍ୟକ୍ରମରେ ଅନ୍ୟ ୫୦ ଜଣ ମହାପୁରୁଷଙ୍କ ଜୀବନୀ ମଧ୍ୟ ସାମିଲ କରାଯାଇଛି । ପିଲାମାନେ ଏବେ ସ୍କୁଲରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୀବନୀ ମଧ୍ୟ ପଢିବେ । ଅନ୍ୟ ମହାପୁରୁଷଙ୍କ ମଧ୍ୟରେ ମହାବୀର ଜୈନ ଓ ପଣ୍ଡିତ ମଦନ ମୋହନଙ୍କ ଜୀବନୀ ମଧ୍ୟ ସାମିଲ କରାଯାଇଛି ।