Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

5ଟି ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଙ୍କୁ ଭେଟି ପାଠପଢା ଉପରେ ଆଲୋଚନା କଲେ ବିଧାୟକ ଓ ଉପାଧ୍ୟକ୍ଷ

କୋକସରା: କୋକସରା ବ୍ଲକ ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ 5 ଟି ଅଧୀନରେ ରୂପାନ୍ତରିତ ହୋଇଥିବା ବେଳେ ଶୁକ୍ରବାର ଏକ କାର୍ଯ୍ୟକ୍ରମ ରେ ଯୋଗଦେବା ସମୟରେ ବିଦ୍ୟାଳୟ ର ଶୈକ୍ଷିକ ପରିବେଶ ଓ ଛାତ୍ରଛାତ୍ରୀ ଙ୍କ ସହ ଶିକ୍ଷା ଦାନ ବିଷୟରେ ପଚାରି ବୁଝିଥିଲେ ଧର୍ମଗଡ ବିଧାୟକ ମୋୖ ଷ ଧି ବାଗ ଓ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ। ସ୍କୁଲ ରେ ପହଞ୍ଚି ଛାତ୍ରଛାତ୍ରୀ ଙ୍କ ସହ ସ୍ମାର୍ଟ କ୍ଳାସ ରୁମ ରେ ଭେଟି ସେମାନଙ୍କ ଅନୁଭୂତି ପଚାରି ବୁଝିଛନ୍ତି। ସୂଚନାଯୋଗ୍ୟ ରେ ବିଧାୟକ ହେବା ପୂର୍ବରୁ ମୋୖଷଧି ବାଗ ଏହି ସ୍କୁଲ ରେ ପ୍ରଧାନ ଶିକ୍ଷକ ଭାବେ ଅବସ୍ଥାପିତ ଥିଲେ। ଏଣୁ ଆଜି ଆମପାଣି ଗସ୍ତ ସମୟରେ ନିଜର ପ୍ରିୟ ସ୍କୁଲ ର ପରିବର୍ତ୍ତିତ ରୂପରେଖ ଦେଖିବା ସହ ଛାତ୍ରଛାତ୍ରୀ ଙ୍କୁ ଭେଟିଥିଲେ ଓ ଅତ୍ୟାଧୁନିକ ସ୍ମାର୍ଟ ସ୍କୁଲ ରେ ପଢିବା ର ଅନୁଭୂତି ବିଷୟରେ ପଚାରି ବୁଝିଥିଲେ।ଏହି ଅବସର ରେ ଛାତ୍ରଛାତ୍ରୀ ମାନେ 5 ଟି ସ୍କୁଲ ରେ ସେମାନଙ୍କୁ ସବୁ ପ୍ରକାର ପାଠ୍ୟକ୍ରମ ସହ ଅତ୍ୟାଧୁନିକ ଉପକରଣ ସହ ଶିକ୍ଷା ମିଳୁଥିବା ପ୍ରକାଶ କରିଥିଲେ। ବିଧାୟକ ଓ ବ୍ଲକ ଉପାଧ୍ୟକ୍ଷ ଛାତ୍ରଛାତ୍ରୀ ଙ୍କ ସହ ସ୍ମାର୍ଟ କ୍ଳାସ ରୁମ, ସାଇନ୍ସ ଲେବ, ଲାଇବ୍ରେରୀ ବୁଲି ଦେଖିବା ସହ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଙ୍କ ସହ ଆଲୋଚନା କରିଥିଲେ। ସମାଜସେବୀ ରବି ନାରାୟଣ ଦାସ, ସନ୍ତୋଷ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।