ସମ୍ଭାବ୍ୟ ବାତ୍ୟା ଭୟ,ପାହାଡ଼ ତଳ ଗାଁ ଲୋକ ଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତର କଲା କୋକସରା ବ୍ଲକ ପ୍ରଶାସନ।
କଳାହାଣ୍ଡି,୦୪/୧୧
ବାତ୍ୟା ମୁରାସୁ ବିଳମ୍ବିତ ରାତିରେ ଲ୍ୟାଣ୍ଡଫଳ କରିଛି, ଏହା ର ପ୍ରଭାବ ରେ ଦକ୍ଷିଣ ଓଡ଼ିଶା ର ବିଭିନ୍ନ ଜିଲ୍ଲାରେବର୍ଷା ଆରମ୍ଭ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ର କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ମୁରାସୁ କୁ ନେଇ ଆମପାଣି ପଞ୍ଚାୟତ ଅନ୍ତର୍ଗତ ସାହାଜଖୋଲ ଜଙ୍ଗଲ ପାଦଦେଶ ପାହାଡ଼ ତଳେ ରହୁଥିବା ବିଭିନ୍ନ ଗ୍ରାମ ର ଲୋକଙ୍କ ସୁରକ୍ଷା ପାଇଁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ବ୍ୟବସ୍ଥା କରାଯିବା ସହ ବିରିମୁହାଣ ରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆବସିକ ହଷ୍ଟେଲ ରେ ନିକଟସ୍ଥ ଅଞ୍ଚଳ ର ମାଟିଘର ରେ ରହୁଥିବା ଗ୍ରାମବାସୀ ଙ୍କୁ ସ୍ଥାନାନ୍ତର କରାଯାଇଛି ଓ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ ସହ ଅନ୍ୟ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଗତ ସପ୍ତାହରେ ଓର୍ଣ୍ଣଭ ବାତ୍ୟା ରେ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ପାହାଡ଼ ତଳି ଅଞ୍ଚଳ ରେ ଭୁସ୍ଫଲନ ଯୋଗୁଁ ଧନ ଜୀବନ ନଷ୍ଟ ସହ ଲୋକେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଙ୍ଗଲ ମଧ୍ୟରେ ଥିବା ଗ୍ରାମ ଗୁଡିକ ଚିହ୍ନଟ କରି ଆଗୁଆ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ମୁରାସୁ କୁ ନେଇ ଆମପାଣି ପଞ୍ଚାୟତ ବିରିମୁହାଣ ବିଦ୍ୟାଳୟ ଆବସିକ ହଷ୍ଟେଲ ରେ ଅସ୍ଥାୟୀ ଆଶ୍ରୟସ୍ଥଳୀ କରାଯାଇଛି। ଆନ୍ଧି ଝରଣ, କାଦୋମଳି,ଟିର୍ଲିଆମ,ବିରିମୁହାଣ ଗ୍ରାମ ର ପ୍ରାୟ ୧୦୦ ଜଣ ଗ୍ରାମବାସୀ ଙ୍କୁ ଆଶ୍ରୟସ୍ଥଳୀ ରେ ରଖାଯାଇଛି।ବନ୍ୟା ଆଶ୍ରୟସ୍ଥଳୀ ରେ ଆଶ୍ରୟ ନେଇଥିବା ଲୋକଙ୍କୁ ସୁରକ୍ଷା ବ୍ୟବସ୍ଥା ନେଇ ମଙ୍ଗଳବାର ଧର୍ମଗଡ଼ ଉପ ଜିଲ୍ଲାପାଳ ସୁଶ୍ରୀ ପ୍ରେକ୍ଷ୍ୟା ଅଗ୍ରୱାଲ,କୋକସରା ବିଡ଼ିଓ ଡ଼ ହିମାଞ୍ଚଳ ମାଝୀ,କୋକସରା ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ, ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ ପହଞ୍ଚି ସ୍ଥିତି ଅନୁଧ୍ୟାନ ସହ ବାତ୍ୟା ଅପସରି ନଯିବା ପର୍ଯ୍ୟନ୍ତ ଆଶ୍ରୟସ୍ଥଳୀ ରେ ରହିବାକୁ ପରାମର୍ଶ ଦେଇଥିଲେ। ବାତ୍ୟା ଆଶ୍ରୟସ୍ଥଳୀ ରେ ଥିବା ଗ୍ରାମବାସୀ ଙ୍କ ପାଇଁ ଆମପାଣି ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୁଗେଶ୍ୱର ବେମାଲ ସମେତ ବିରିମୁହାଣ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଈଶ୍ୱର ପ୍ରସାଦ ଅଗସ୍ତି,ପଙ୍କଜ ପରିଜା,ପ୍ରଭାକର ଖଟୁଆ,ୱାର୍ଡ ସଭ୍ୟା ଦୁର୍ଗା ବେଶ୍ରା,ସାମାଜିକ କର୍ମି ମନୋରଞ୍ଜନ ବାଣୁଆ ପ୍ରମୁଖ ରନ୍ଧା ଖାଦ୍ୟ ଯୋଗାଣ ସମେତ ଅନ୍ୟାନ୍ୟ ବ୍ୟବସ୍ଥା ସୁଚାରୁରୂପେ ତୁଲାଉଥିବା ଜଣାପଡିଛି। ବ୍ଲକ ପ୍ରଶାସନ ପକ୍ଷରୁ ବାତ୍ୟା କୁ ନେଇ ସତର୍କ ଦୃଷ୍ଟି ରଖାଯାଇଛି ଓ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଳି କୋକସରା ବିଡ଼ିଓ ଶ୍ରୀ ମାଝୀ ସୂଚନା ଦେଇଛନ୍ତି।

