Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ଼ ନିର୍ବାଚନମଣ୍ଡଳୀ ରେ ବଦଳିବ କି ସମିକରଣ, ଯୁବ ଚେହେରା ଙ୍କୁ ମିଳିବ କି ପ୍ରତିନିଧିତ୍ଵ, ଚର୍ଚ୍ଚା ରେ ସୁଜିତ ମେହେର।

କୋକସରା:୨୪/୦୬ ବିଧାନସଭା ନିର୍ବାଚନ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଥିବା ବେଳେ ଶାସକ, ବିରୋଧୀ ଦଳ ମଧ୍ୟରେ ବିଧାୟକ ପ୍ରତିନିଧିତ୍ଵ କରିବା ପାଇଁ ଲବି ଆରମ୍ଭ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ରେ ଜଣେ ଯୁବ ଚେହେରା ଙ୍କୁ ନେଇ ଚର୍ଚ୍ଚା ଦେଖିବାକୁ ମିଳିଛି । ସେ ହେଉଛନ୍ତି ସୁଜିତ ମେହେର, ଜଣେ ଉଚ୍ଚ ଶିକ୍ଷିତ ଯୁବକ,ରାଜନୀତି ରେ ନୂଆ ନୂଆ ପାଦ ଥାପିଥିବା ଏହି ଯୁବନେତା ଙ୍କୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା,କଣ ଆଗାମୀ ସାଧାରଣ ନିର୍ବାଚନ ପାଇଁ କସରତ ଆରମ୍ଭ କରିଛନ୍ତି କି ସୁଜିତ।ସମ୍ବଲପୁରୀ ଓ ହାବଶପୁରୀ ହସ୍ତଶିଳ୍ପ କୁ ନେଇ ଫେସନ ଡିଜାଇନର ମାଧ୍ୟମରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଲୋକଲୋଚନକୁ ଆଣି ଚର୍ଚ୍ଚା ରେ ଆସିଥିବା ସୁଜିତ ମେହେର ଏବେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ନୂଆ ଯୁବ ଚେହେରା ବୋଳି ଚର୍ଚ୍ଚା ଜୋର ଧରିଲାଣି।ଧର୍ମଗଡ଼ ଉପଖଣ୍ଡ ଅଞ୍ଚଳ ର ଧର୍ମଗଡ଼, କୋକସରା, କଲମପୁର ବ୍ଲକ ର ବିଭିନ୍ନ ସ୍ଥାନ ରେ ବିଗତ ୧ ବର୍ଷ ହେବ ସୁଜିତ ମେହେର ଙ୍କ ହୋଡ଼ିଂ, ଫ୍ଲେକ୍ସ ବ୍ୟାନର ଲାଗୁଥିବା ବେଳେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଅଞ୍ଚଳ ରେ ଜନ ସମ୍ପର୍କ ଅଭିଯାନ କରି ଅନୁଷ୍ଠିତ ବିଭିନ୍ନ ସଭା ସମିତି କାର୍ଯ୍ୟକ୍ରମ ରେ ତାଙ୍କର ଉପସ୍ଥିତି ଏକ ନୂତନ ସମିକରଣ ସୃଷ୍ଟି କରିଛି। ଜନ ସମ୍ପର୍କ ପାଇଁ ସୁଜିତ ମେହେର ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ର ୩ ବ୍ଲକ ଅଞ୍ଚଳ ରେ ଡେରା ପକାଇଛନ୍ତି। ବିଗତ କିଛି ବର୍ଷ ପୂର୍ବେ ଜୟ କଳାହାଣ୍ଡି ର ନାରା ଦେଇ ଏମିତି ଜଣେ ଯୁବନେତା କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ରୁ ରାଜନୈତିକ କ୍ୟାରିୟର ଆରମ୍ଭ କରି ଜନ ସମ୍ପର୍କ ପଦଯାତ୍ରା କରି ଶାସକ ଦଳ ରେ ନିଜର ପତିଆରା ଜାହିର କରି ପରବର୍ତ୍ତୀ ସମୟରେ ଜୁନାଗଡ ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ରୁ ବିଧାୟକ ଟିକେଟ ପାଇଥିଲେ ଓ ଲଗାତାର ୨ ଥର ଧରି ଜୁନାଗଡ ବିଧାୟକ ରହି ଗୁରୁତ୍ୱପୂର୍ଣ୍ଣ ବିଭାଗ ରେ ମନ୍ତ୍ରୀ ରହି ନିଜର ପତିଆରା ଜାହିର କରିଛନ୍ତି।ସେମିତି ସୁଜିତ ମେହେର ମଧ୍ୟ ରାଜନୀତି ମୈଦାନ ରେ କିଛି ନୂତନ ଚିନ୍ତାଧାରା ନେଇ ସେ ବିଭିନ୍ନ ସଭା ସମିତି ରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ କୌଣସି ରାଜନୈତିକ ଦଲୀୟ ଚିହ୍ନ ରେ ସେ ନିଜର ଜନ ସମ୍ପର୍କ ବିଷୟରେ ଆଭିମୁଖ୍ୟ ସ୍ପଷ୍ଟ କରିନାହାଁନ୍ତି। ତେବେ ସେ କେଉଁ ଦଳ କୁ ଯିବେ ତାହା ମଧ୍ୟ ସ୍ପଷ୍ଟୀକରଣ କରିନାହାଁନ୍ତି। ବର୍ତ୍ତମାନ ବିଭିନ୍ନ ସାମାଜିକ ଗଣମାଧ୍ୟମ ରେ ସୁଜିତ ମେହେର ନିଜର ଜନ ସମ୍ପର୍କ ଯାତ୍ରା ର ଫୋଟୋ ଅପଲୋଡ କରୁଥିବା ଦେଖିବାକୁ ମିଳୁଛି।ଧର୍ମଗଡ଼ ରେ ଧର୍ମଗଡ଼ିଆ ସୋସିଆଲ ମିଡ଼ିଆ ରେ ନିଜର ବ୍ୟକ୍ତିଗତ କାର୍ଯ୍ୟକ୍ରମ କୁ ଅପଲୋଡ଼ କରୁଛନ୍ତି। ସୁଜିତ ଙ୍କ ଏହି ରାଜନୀତି।ପଛରେ ତୃତୀୟ ମହଲା ରୁ କାହାର ଅଦୃଶ୍ୟ ହାତ ରହିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।ତେବେ ରାଜନୀତି ରେ ମାହିର ଥିବା ନେତା,ମନ୍ତ୍ରୀ ଙ୍କୁ ମାତ ଦେଇ କଣ ସୁଜିତ ବିଧାୟକ ଦୌଡ ରେ ଆଗକୁ ବଢି ପାରିବେ, ସେନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଯୁବ ଚେହେରା ସୁଜିତ ମେହେର ଙ୍କ ନିର୍ବାଚନ ପୂର୍ବରୁ ଜନ ସମ୍ପର୍କ ଯାତ୍ରା ଓ କାର୍ଯ୍ୟକ୍ରମ କୁ ନେଇ ରାଜନୀତି ସମୀକ୍ଷକ ଙ୍କ ମଧ୍ୟରେ ଚର୍ଚ୍ଚା ର ପରିସର କୁ ଆସିଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ