Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ପଞ୍ଚାୟତ ରେ ପିଡିଏସ୍ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ କରି ଉତ୍ତେଜନା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସୁବଳୟା ଗ୍ରାମ ପଞ୍ଚାୟତରେ ପିଡିଏସ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ କରି ଉତ୍ତେଜନା ପରିସ୍ଥିତି ଦେଖାଦେଇଛି । ପିଡିଏସ ଚାଉଳ ସରିଯାଇଥିବା କହି ବଣ୍ଟନ ବନ୍ଦ କରିବାରୁ ପଞ୍ଚାୟତ ପରିସରରେ ଦେଖାଦେଇଥିଲା ଉତ୍ତେଜନା ପରିସ୍ଥିତ ।ଖବରପାଇ ସୁବଳୟା ପୋଲିସ ଘଟଣାସ୍ଥଳକୁ ଆସି ହସ୍ତକ୍ଷେପ ପରେ ଶାନ୍ତ ପଡିଥିବା ଜଣାପଡିଛି । ସୁଚନାମତେ ସୁବଳୟା ପଞ୍ଚାୟତ ରେ ଗତ ୩ ମାସ ର ପିଡିଏସ ଚାଉଳ କୌଣସି ହିତାଧିକାରୀ ଙ୍କୁ ବଣ୍ଟନ ନ କରି ଯୋଗାଣ ସହାୟକ ଭରତ ଖମାରୀ ସମସ୍ତ ହିତାଧିକାରିଙ୍କ ବାୟୋମେଟ୍ରିକ ନେଇ ଥିବା ବେଳେ କୌଣସି ହିତାଧିକାରୀ ପଞ୍ଚାୟତରୁ ଉକ୍ତ ତିନିମାସର ପିଡିଏସ ଚାଉଳ ପାଇ ନ ଥିଲେ । ଏ ନେଇ ହିତାଧିକାରୀମାନେ ଅଭିଯୋଗ କରିବାରୁ ଯୋଗାଣ ସହାୟକ ଗତ ୨ ଦିନ ହେଲା ଲଗାତାର ଭାବେ ସେହି ତିନିମାସର ପିଡିଏସ ଚାଉଳକୁ ତରବର ଭାବେ ବଣ୍ଟନ କରୁଥିଲେ।କେତେଜଣ ହିତାଧିକାରୀ ପିଡିଏସ ଚାଉଳ ନେଇ ସାରିଥିବ ବେଳେ ଆହୁରି କେତେକ ହିତାଧିକାରୀ ଙ୍କୁ ଦେବା ପାଇଁ ଚାଉଳ ପଞ୍ଚାୟତ କୁ ଆସି ନାହିଁ କହି ଫେରାଇ ଦେଉଥିବା ରୁ ହିତାଧିକାରି ମାନେ ଉତ୍ତେଜିତ ହୋଇଥିଲେ। ସେମାନେ ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ହୋ ହାଲ୍ଲା କିରିଥିଲେ।ସେହି ସମୟରେ ଯୋଗାଣ ସହାୟକ ସପକ୍ଷରେ ଥିବା କିଛି ବ୍ୟକ୍ତି ଙ୍କ ଦ୍ବାରା ହିତାଧିକାରି ମାନଙ୍କୁ ଧକ୍କା ମାରାମରି ହେବାରୁ ପୋଲିସର ସହାୟତା ନିଆଯାଇଥିଲା । ସେହି ସମୟରେ କୌଣସି କାମରେ ଯାଇଥିବା ବ୍ଲକ ଉପାଧକ୍ଷ ନାରାୟଣ ଲୁହା ପହଞ୍ଚି ଲୋକଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ।ସୁବଳୟା ପୋଲିସ ଉତ୍ତେଜନା ସୃଷ୍ଟି କରିଥିବା ବ୍ୟକ୍ତି ଙ୍କୁ ଥାନା କୁ ନେଇଯିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପରେ ବ୍ଲକ ଉପାଧକ୍ଷ ଙ୍କ ଉପସ୍ଥିତିରେ ଲୋକଙ୍କୁ ଚାଉଳ ବଣ୍ଟନ କରାଯାଇଥିଲା । ଦୀର୍ଘ ୩ ମାସ ର ଚାଉଳ ବଣ୍ଟନ ନ କରି ହିତାଧିକାରୀ ଙ୍କ ଠାରୁ ବାୟୋମେଟ୍ରିକ ନେବା ଯୋଗାଣ ସହାୟକ ଙ୍କ କାର୍ଯ୍ୟ ଉପରେ ପ୍ରଶ୍ନବାଚି ସୃଷ୍ଟି କରୁଛି । ତେବେ ପିଡିଏସ ଚାଉଳ ବଣ୍ଟନ ନ କରି ବାୟୋମେଟ୍ରିକ ନେବା ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହେଉଛି। ଏନେଇ ସୁବଳୟା ଯୋଗାଣ ସହାୟକ ଭରତ ଖମାରୀ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରୀୟା ମିଳିପାରି ନ ଥିଲା । ଯୋଗାଣ ନିରିକ୍ଷକ ପିଙ୍କୁ ଭୋଇଙ୍କୁ ପଚାରିବାରୁ ଯୋଗାଣ ସହାୟକ ଙ୍କ ଭାଇର ମୃତ୍ୟୁ ହୋଇଯାଇଥିବାରୁ ସେ ଚାଉଳ ବଣ୍ଟନ ନ କରି ପାରିବାରୁ ଦୁଇଦିନ ହେଲା ସେହି ପିଡିଏସ ବଣ୍ଟନ କରାଯାଉ ଥିବା ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ