Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମବଙ୍ଗରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା; ୧୨ଟି ବଗି ଲାଇନଚ୍ୟୁତ

ପଶ୍ଚିମବଙ୍ଗ: ଗତ ଜୁନ୍‌ ୨ରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାର ଲୋକଙ୍କ ମନରୁ ଏଯାଏ ଲିଭିନି। ଏହି ଦୁର୍ଘଟଣାରେ ପ୍ରାୟ ୨୯୦ ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦୦ରୁ ଅଧିକ ଯାତ୍ରୀ ଏଥିରେ ଆହତ ହୋଇଛନ୍ତି। ତେବେ ପଶ୍ଚିମବଙ୍ଗରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ହୋଇଛି । ବାଙ୍କୁଡାରେ ୨ଟି ମାଲବାହୀ ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣା ଘଟିଛି। ଏହା ପରେ ଟ୍ରେନର ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ଗୋଟିଏ ମାଲଗାଡିର ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି । ତେବେ ଏହି ଦୁର୍ଘଟଣାଟି ଭୋର ୪ଟା ସମୟରେ ହୋଇଛି ।

ସୂଚନା ଅନୁଯାୟୀ ଟ୍ରାକରେ ଏକ ମାଲଗାଡି ଛିଡା ହୋଇଥିବା ବେଳେ ଅନ୍ୟ ଏକ ମାଲଗାଡ଼ି ପଛପଟୁ ଧକ୍କା ଦେଇଥିଲା । ତେବେ କାହିଁକି ଏହି ଦୁର୍ଘଟଣା ଘଟିଲା ତାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣା ପରେ ଅନେକ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ