Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଗାତାର ବର୍ଷା ଯୋଗୁ ବନ୍ଦ ହେଲା କେଦାରନାଥ ଯାତ୍ରା

ନୂଆଦିଲ୍ଲୀ: ସ୍ଥଗିତ ରହିଲା କେଦାରାଥ ଯାତ୍ରା। ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି ଯାତ୍ରା ବନ୍ଦ କରାଯାଇଛି। ରବିବାର ସକାଳୁ କେଦାରନାଥ ଧାମ ସମେତ ଯାତ୍ରୀଙ୍କ ଯିବା ମାର୍ଗ ବର୍ଷା ଯୋଗୁ ବାଧାପ୍ରାପ୍ତ ହେଉଛି। ଏହାସହିତ କେଦାରନାଥରେ ​​ବର୍ଷା ଥମିବାର ନାଁ ନେଉନାହିଁ। ଏହି ବର୍ଷାକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କୁ ଏକ ସୁରକ୍ଷିତ ସ୍ଥାନରେ ଅଟକାଇ ରଖାଯାଇଛି। ଆସନ୍ତାକାଲି ପାଗ ସ୍ପଷ୍ଟ ହେଲେ ଯାତ୍ରା ଆରମ୍ଭ ହେବ ବୋଲି ସଳଚନା ମିଳିଛି। ସୋନପ୍ରୟାଗ ଠାରେ ୫ ହଜାର ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଥିବା ବେଳେ ଗୌରୀକୁଣ୍ଡ ନିକଟରେ ୩ ହଜାର ଯାତ୍ରୀଙ୍କୁ ଅଟକାଯାଇଛି।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଏହା ମଧ୍ୟରେ ବିପର୍ଯ୍ୟୟ ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରିଛନ୍ତି। ଏହା ସହିତ ସେ ଭକ୍ତମାନଙ୍କୁ ପାଣିପାଗ ସୂଚନା ନେବା ପରେ ଯାତ୍ରା ଆରମ୍ଭ କରିବାକୁ ନିବେଦନ କରିଛନ୍ତି। ନିୟନ୍ତ୍ରଣ ପ୍ରକୋଷ୍ଠରେ ଉପସ୍ଥିତ ଥିବା ବିଭିନ୍ନ ଅଧିକାରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବର୍ଷା ପରିସ୍ଥିତି ଏବଂ ଜଳଯୋଗାଣ ଏବଂ ଏହାର କ୍ଷୟକ୍ଷତି ସମ୍ପର୍କରେ ସୂଚନା ନେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ