ବିନା ଅନୁମତିରେ ଘରୋଇ ସଂସ୍ଥା ଠାରୁ ପୁରସ୍କାର ଗ୍ରହଣ କରିପାରିବେନି ଆଇଏଏସ୍, ଆଇପିଏସ୍ ଓ ଆଇଏଫ୍ଏସ୍ ଅଧିକାରୀ


ନୂଆଦିଲ୍ଲୀ: ଏଣିକି ଆଇଏଏସ୍, ଆଇପିଏସ୍ ଓ ଆଇଏଫ୍ଏସ୍ ଅଧିକାରୀ କୌଣସି ଘରୋଇ ସଂସ୍ଥା ଠାରୁ ପୁରସ୍କାର ଗ୍ରହଣ କରିପାରିବେ ନାହିଁ। ପୁରସ୍କାର ଗ୍ରହଣ କରିବା ପୂର୍ବରୁ ନେବାକୁ ପଡ଼ିବ ଅନୁମତି । ଏ ନେଇ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି।

କର୍ତ୍ତୃପକ୍ଷଙ୍କ ଠାରୁ ପୂର୍ବରୁ ଅନୁମତି ନେଇ ଘରୋଇ ସଂସ୍ଥା ଠାରୁ ପୁରସ୍କାର ଗ୍ରହଣ କରି ପାରିବେ । ରାଜ୍ୟରେ କାର୍ଯ୍ୟ କରୁଥିବା ସର୍ବଭାରତୀୟ ସ୍ତରର ଅଧିକାରୀ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ନେବେ । କେନ୍ଦ୍ରରେ କାର୍ଯ୍ୟରତ ଅଧିକାରୀ ସମ୍ପୃକ୍ତ ମନ୍ତ୍ରଣାଳୟର ସଚିବ ଅଥବା ବିଭାଗ ଠାରୁ ଅନୁମତି ନେବେ । କେନ୍ଦ୍ର ସରକାରଙ୍କ ସଚିବ ହୋଇଥିଲେ କ୍ୟାବିନେଟ୍ ସଚିବଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ ।

ତେବେ ପୁରସ୍କାର ବାବଦରେ ଅର୍ଥ କିମ୍ବା ଅନ୍ୟ କୌଣସି ସୁବିଧା ନଥିଲେ ଅନୁମତି ଦେବେ କର୍ତ୍ତୃପକ୍ଷ । ନୂତନ ଗାଇଡଲାଇନକୁ ଅନୁସରଣ କରିବା ଲାଗି କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ, ବିଭାଗ ସହ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି ।