Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ଦୋଳନରୁ ଓହରିଲେ କୁସ୍ତିଯୋଦ୍ଧା; ଏବେ ରାସ୍ତାରେ ନୁହେଁ କୋର୍ଟରେ ହେବ ଲଢେଇ

ନୂଆଦିଲ୍ଲୀ: ଆନ୍ଦୋଳନ ସ୍ଥଗିତ ରଖିବାକୁ ଘୋଷଣା କଲେ କୁସ୍ତିଯୋଦ୍ଧା। ଦୀର୍ଘ ୫ ମାସ ଧରି ଚାଲିଥିଲା ଆନ୍ଦୋଳନ। ଭାରତୀୟ କୁସ୍ତିସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣ ସରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିଥିଲେ କୁସ୍ତିଯୋଦ୍ଧା। ଏଣିକି କୋର୍ଟରେ ଚାଲିବ ଲଢ଼େଇ। ଯେପର୍ଯ୍ୟନ୍ତ ନ୍ୟାୟ ନମିଳିଛି ସେପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ। ଏ ନେଇ ମହିଳା କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ସାକ୍ଷୀ ଓ ବିନେଶ ଟ୍ୱିଟ୍ କରି ଲେଖିଛନ୍ତି “ସରକାରଙ୍କ ସହ ଜୁନ ୭ ତାରିଖରେ ଆଲୋଚନା ହୋଇଥିଲା। ସରକାର କୁସ୍ତିଯୋଦ୍ଧାମାନଙ୍କୁ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରି ମହିଳା କୁସ୍ତିଯୋଦ୍ଧା ଉପରେ ହୋଇଥିବା ନିର୍ଯ୍ୟାତନା ତଥା ଯୌନ ଶୋଷଣକୁ ନେଇ ହୋଇଥିବା ଅଭିଯୋଗକୁ ଆଧାର କରି ମାମଲା ରୁଜୁ କରିଥିଲେ। ଦିଲ୍ଲୀ ପୁଲିସ ତଦନ୍ତ ଶେଷ କରି ୧୫ ଜୁନ୍ ଦିନ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହି ମାମଲାରେ କୁସ୍ତିଯୋଦ୍ଧାମାନଙ୍କର ଆଇନଗତ ଲଢ଼େଇ ଏବେ ରାସ୍ତାରେ ନୁହେଁ ବରଂ କୋର୍ଟରେ ଜାରି ରହିବ। ”

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ