Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଳସେଚନ ଓ ମଣ୍ଡି ବ୍ୟବସ୍ଥା ରେ ସହଯୋଗ ପାଇଁ ଜିଲ୍ଲା ପ୍ରଶାସନିକ ଅଧିକାରୀ ଙ୍କୁ ସମ୍ବର୍ଦ୍ଧିତ କଲେ ଚାଷି

କୋକସରା: ଚଳିତ ବର୍ଷ ପ୍ରଥମ ଥର ଡାଲୁଅ ଚାଷ କରି କୋକସରା ବ୍ଲକ ର ୭ ପଞ୍ଚାୟତ ର ୫୩୩୧.୪ ହେକ୍ଟର ଚାଷଜମି କୁ ଜଳସେଚନ ହୋଇଥିବା ବେଳେ ଚାଷୀମାନେ ଉପକୃତ ହେଇଛନ୍ତି।ଇନ୍ଦ୍ରାବତୀ ଉଠା ଜଳସେଚନ ବିଭାଗ ଓ ଜିଲ୍ଲା ପ୍ରଶାସନ ର ସହଯୋଗ ଫଳରେ ଲଡୁଗାଁ, କନ୍ଦାବୁଟୁରା, କାଶିବାହଲ,ଫୁଫଗାଁ, ରେଙ୍ଗାଳପାଲି, କୋକସରା ଓ ମାଝୀଗୁଡା ପଞ୍ଚାୟତ ର ଚାଷୀ ମାନେ ପ୍ରଥମ ଥର ପାଇଁ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲ ରୁ ଜଳସେଚନ ସୁବିଧା ପାଇ ଚାଷ କରି ବେଶ ଲାଭବାନ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ର ସହଯୋଗ ରେ ଚାଷି ଉତ୍ପାଦିତ ଧାନ ସୁଚାରୁ ରୂପେ ମଣ୍ଡି ରେ ବିକ୍ରି କରି ଲାଭବାନ ହୋଇଛନ୍ତି। ଏନେଇ ସୋମବାର କୋକସରା ବ୍ଲକ କାର୍ଯ୍ୟାଳୟ ରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅବସର ଉପସ୍ଥିତ ପ୍ରଶାସନିକ ଅଧିକାରୀ ଙ୍କୁ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଙ୍କ ନେତୃତ୍ୱରେ ବ୍ଲକ ର ଚାଷୀମାନେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରି କୃତଜ୍ଞତା ଜଣାଇଛନ୍ତି। ଏହି ଅବସର ରେ ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ,ଯୋଗାଣ ବିଭାଗ ଓ ମେଗାଲିଫ୍ଟ ବିଭାଗ ର ଅଧିକାରୀ ଙ୍କୁ ଚାଷି ମାନେ ସମ୍ବର୍ଦ୍ଧନା କରିଛନ୍ତି।ଜିଲ୍ଲା ପ୍ରଶାସନ ଅଧିକାରୀ ମଧ୍ୟ ଖୁସି ବ୍ୟକ୍ତ କରିବା ସହ ଜିଲ୍ଲା ପ୍ରଶାସନ ସବୁ ସମୟ ରେ ଚାଷି ଙ୍କ ମାନଦଣ୍ଡ ଉନ୍ନତି ଦିଗରେ ଯତ୍ନବାନ ଅଛି ବୋଳି ଉପସ୍ଥିତ ଅଧିକାରୀ ମାନେ ମତ ଦେଇଥିଲେ। କାର୍ଯ୍ୟକ୍ରମ ରେ ଜିଲ୍ଲା ର ଅନେକ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଚାଷି ଙ୍କ ପକ୍ଷରୁ ପଙ୍କଜ ମୁଖ ଚୌଧୁରୀ,ପ୍ରଣବ କୁମାର ବେହେରା,ସୁରେଶ ଅଗ୍ରୱାଲ,ରୁଦ୍ର ପ୍ରସାଦ ଦାସ,ସାଧୁରାମ ପଟେଲ, ତୀର୍ଥ ଶବର, ଦୈତାରି ଭୋଇ, ଭୁବନେଶ୍ୱର ଦୁର୍ଗା,ପଦ୍ମମୁଖ ବେମାଲ, ସନ୍ତୋଷ ଶବର ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ