କଳାହାଣ୍ଡି: ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ ବୋରପଦର ପଂଚାୟତର ତେଲିସରାବାହିଲି ଗ୍ରାମରେ ରବିବାର ଜଣେ ବିବାହିତା ଯୁବତୀ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ଜଣା ପଡ଼ିଛିl ତେବେ ମୃତକଙ୍କ ପରିବାର ଏହା ଆତ୍ମହତ୍ୟା ନୁହେଁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୁଲିସରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି l ସୂଚନା ମତେ ଭଟାପଲା ଲକ୍ଷ୍ମୀପଡ଼ାର ସ୍ବର୍ଗତ ଯୁଧିଷ୍ଠିର ସାହୁଙ୍କ ଝିଅ କେତକୀ ସାହୁ ଗତ ଜାନୁଆରୀ ୧୫ ତାରିଖରେ ତେଲିସରାବାହିଲି ର ରାଧେ ସାହୁଙ୍କ ପୁଅ ଆନନ୍ଦ ସାହୁଙ୍କୁ ବୈଦିକ ରୀତି ରେ ବିବାହ କରିଥିଲେ l ବିବାହର ମାସକ ପରେ ସ୍ୱାମୀ ଙ୍କ ପରିବାର ଲୋକେ ତାଙ୍କୁ ନିର୍ଯାତନା ଦେଉଥିବା କେତକୀର କାକା ଅପେଶ୍ୱର ସାହୁ ଅଭିଯୋଗ କରିଛନ୍ତି l ତେଣୁ ତାକୁ ମାରିଦିଆଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ସେ ଏତଲାରେ ଦର୍ଶାଇଛନ୍ତି l ତେବେ ମୃତକ ଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଁଚି ବେଳେ ଯୁବତୀଙ୍କ ମୃତ ଶରୀର ଏକ ପଲଙ୍କ ଖଟରେ ରହିଥିବା ପରିବାର ପକ୍ଷରୁ କୁହାଯାଇଛି।ଖବର ପାଇ ମ ରାମପୁର ଥାନାଅଧିକାରୀ ସଚିନ୍ଦ୍ର ପ୍ରଧାନ, ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଥିବା ସ୍ଥାନୀୟ ତହସିଲଦାର ମିଳନ କୁମାର ଝାଙ୍କର ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବ ପଞ୍ଚନାମା କରବା ସହ ଶବ ବ୍ୟବଚ୍ଛେଦ ପାଇଁ ଶବକୁ ମ.ରାମପୁର କୁ ପଠାଇଥିଲେ l ମୃତକ ମହିଳା ଜଣକ ଗର୍ଭବତୀ ଥିବା ସୂଚନା ମିଳିଛି l ଏହାର ନିରପେକ୍ଷ ତଦନ୍ତ ପାଇଁ ଦାବୀ ହୋଇଛି lଏନେଇ ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ଙ୍କୁ ପଚାରିବାରୁ ସୋମବାର ଶବ ବ୍ୟବଚ୍ଛେଦ ହୋଇ ରିପୋର୍ଟ ଆସିଲା ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି।ଖବର ଲେଖା ପର୍ଯ୍ୟନ୍ତ ରାଧେ ସାହୁ ଓ ତାଙ୍କ ପୁଅ ଆନନ୍ଦ ସାହୁ ଙ୍କୁ ପୋଲିସ ଅଟକ ରଖିଛି।ଏଠାରେ ସୂଚନାଯୋଗ୍ୟ ଯେ କେତକୀ ଙ୍କୁ ତାଙ୍କ ସ୍ବାମୀ ଆନନ୍ଦ ଝଗଡା କରି କେତକୀ ଙ୍କୁ ତାଙ୍କ ବାପ ଘରେ ଛାଡ଼ି ଦେଇଥିଲେ ଓ ଶନିବାର ସନ୍ଧ୍ୟାରେ କେତକୀ ଙ୍କୁ ନିଜ ଗାଁ ସରାବାହାଲି କୁ ଆଣିଥିଲେ।
ବିବାହିତା ଯୁବତୀ ଙ୍କ ସନ୍ଦେହ ଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
