Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମୁକ୍ତ ବିଚାର ମଞ୍ଚର ଆଲୋଚନା ଚକ୍ର ଅନୁଷ୍ଠିତ

ଖଡ଼ିଆଳ : ମୁକ୍ତ ବିଚାର ମଞ୍ଚ ଖଡ଼ିଆଳର ୫୦ ତମ ଆଲୋଚନାଚକ୍ର ଖଡ଼ିଆଳ ସ୍ଥିତ ମିଳିତ ପ୍ରାଥମିକ ଶିକ୍ଷକ ଭବନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଚାର ମଞ୍ଚର ବରିଷ୍ଠ ସଦସ୍ୟ ଡଃ ଫଣିନ୍ଦମ ଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡଃ ସୁଶାନ୍ତ କୁମାର ବିଶି ସ୍ବାଗତ ସମ୍ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ । ବିଚାର ମଞ୍ଚର ଶୀର୍ଷକ ବିହୀନ ଏହି ଆଲୋଚନା ଚକ୍ରରେ ଉପସ୍ଥିତ ସଦସ୍ୟ ବୃନ୍ଦ ଖଡ଼ିଆଳ ଅଞ୍ଚଳରେ ମୁକ୍ତ ବିଚାର ମଞ୍ଚର ଧାରାବାହିକ ବୌଦ୍ଧିକ ଆନ୍ଦୋଳନ ସମ୍ପର୍କରେ ମତାମତ ପ୍ରଦାନ କରିଥିଲେ । ପ୍ରାକ୍ତନ ଆୟକର କମିଶନର ଶ୍ରୀକାନ୍ତ ଚଟର୍ଜୀଙ୍କ ଚିନ୍ତା ଓ ଚେତନାରୁ ୨୦୧୭ ମସିହା ନଭେମ୍ବରରେ ଜନ୍ମ ନେଇଥିବା ଏହି ବୌଦ୍ଧିକ ଅନୁଷ୍ଠାନଟି ପଶ୍ଚିମ ଓଡ଼ିଶାର ବୁଦ୍ଧିଜୀବୀ, ଗବେଷକ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରଜ୍ଞାର ଏକ ଆଲୋକ ସ୍ତମ୍ଭ ସାଜିଛି । ୫୦ ତମ ସଂସ୍କରଣରେ ଉପନୀତ ହେବା ପ୍ରକୃତରେ ଗୈାରବର ବିଷୟ ବୋଲି ଅତିଥି ମାନେ ପ୍ରଶଂସା କରିଥିଲେ । ଏ ଅବସରରେ ବିଚାର ମଞ୍ଚର ପୁନର୍ଗଠନ ହୋଇ ମିୟୋଗ ରଞ୍ଜନ ପାତ୍ର ଓ ଡଃ ଧୀରଜ ତାୟଲଙ୍କୁ ଦାୟିତ୍ଵ ହସ୍ତାନ୍ତର କରାଗଲା । ବରିଷ୍ଠ ସଦସ୍ୟ ବୃନ୍ଦ ମୁକ୍ତ ବିଚାର ମଞ୍ଚର ଦୀର୍ଘ ଜୀବନ କାମନା କରିଥିଲେ ।

ଏହି ସମାରୋହରେ ବିଚାର ମଞ୍ଚର ଅଧ୍ୟକ୍ଷ ଶ୍ରୀକାନ୍ତ ଚଟର୍ଜୀ, ପ୍ରାଧ୍ୟାପକ ଅଶ୍ୱନୀ ପାଢ଼ୀ, ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀ, ପ୍ରାଧ୍ୟାପକ ସାମୁଏଲ ଦାନୀ, ଡଃ ସୁଶାନ୍ତ କୁମାର ବିଶି, ବଜରଙ୍ଗ ଲାଲ ଅଗ୍ରୱାଲ, ଡଃ ପଦ୍ମଲୋଚନ ବର୍ମା, ସନାତନ ମହାନ୍ତି, ଡଃ ତରୁଣ ପ୍ରଧାନ, ସଞ୍ଜିବ କୁମାର ପାଢ଼ୀ, ଅଧ୍ୟାପକ ରୁଦ୍ର ମାଧବ ବାରିକ, ଅଧ୍ୟାପକ ବିଜୟ ଦେ, ସତୀଶ ପଟ୍ଟନାୟକ, ଅଧ୍ୟାପକ ଅବନୀ ଖମାରୀ, କିଶୋର ବାଗ, ଆଦିତ୍ୟ ନାରାୟଣ ପଣ୍ଡା, ଇଂ ଅବକାଶ ପଣ୍ଡା, ଅଧ୍ୟାପିକା ମିନା ସା, ଅଧ୍ୟାପିକା ବିୟୁଟି ଅଗ୍ରୱାଲ, ଅଧ୍ୟାପକ ସୁରେନ୍ଦ୍ର ପ୍ରଧାନୀ, ପ୍ରକାଶ ଠାକୁର, କାର୍ତ୍ତିକ ବାଗ, ଯୁଧିଷ୍ଠିର ମେହେର, ରାମଚନ୍ଦ୍ର ବେହେରା, ଭାନୁଚନ୍ଦ୍ର ସୁନାନୀ, ଆଦିତ୍ୟ ନାରାୟଣ ସିଂହ ପ୍ରମୁଖ ସହଯୋଗ କରିଥିଲେ । ମିୟୋଗ ରଞ୍ଜନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।