Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଥର ନିର୍ବାଚନ ଲଢିବେ ସୁରଙ୍କ ସାନପୁଅ!; ଚାକିରିରୁ ଦେଲେ ଇସ୍ତଫା

ଭୁବନେଶ୍ବର: ପାଖେଇ ଆସୁଛି ୨୦୨୪ ନିର୍ବାଚନ। ଏଥିପାଇଁ ସବୁ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କଲେଣି। ଏଥିରୁ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ସୁର ରାଉତରାୟ ବା ବାଦ୍‌ ପଡିବେ କେମିତି। ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ। ସୂଚନା ଅନୁଯାୟୀ ୨୦୨୪ରେ ସୁର ରାଉତରାୟ ନିର୍ବାଚନ ଲଢ଼ିବେନି ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି ।

ତେବେ ସୁର ବାବୁ ନିର୍ବାଚନ ନ ଲଢିଲେ ବି ତାଙ୍କ ପୁଅ ଏଥର ନିର୍ବାଚନୀ ମୈଦାନକୁ ଓହ୍ଲାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସୂଚନା ମୁତାବକ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଏୟାର ଇଣ୍ଡିଆରେ କ୍ୟାପଟେନ୍ ଥିଲେ। ଏବେ ସେ ଚାକିରି ଛାଡ଼ିଦେଇଥିବା ଜଣାପଡିଛି।

ମନ୍ମଥ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଗତ କିଛି ବର୍ଷ ଧରି ସେ ତାଙ୍କ ପିତାଙ୍କୁ ରାଜନୀତି ଏବଂ ନିର୍ବାଚନମଣ୍ଡଳୀ ପରିଚାଳନାରେ ସାହାଯ୍ୟ କରିଆସୁଛନ୍ତି ଏବଂ ଧୀରେ ଧୀରେ ଜଟଣୀର ଲୋକମାନେ ତାଙ୍କୁ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ତେବେ ସେ କେଉଁ ଦଳରେ ଯୋଗଦେବେ ସେନେଇ ସେ ପ୍ରକାଶ କରି ନାହାଁନ୍ତି। ତେବେ ସେ ସ୍ପଷ୍ଟ କରିଛନ୍ତି ଯେ ସେ ତାଙ୍କ ପିତାଙ୍କ ପଦାଙ୍କ ଅନୁସରଣ କରିବେ ଏବଂ ଜଟଣୀ ଉପରେ ଧ୍ୟାନ ଦେବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ