Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସବିଆଇ ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ରେ ପ୍ରତିଯୋଗିତା

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ରେଗଡା ଭୋଇ ପଡା ପ୍ରାଥମିକ ବିଦ୍ୟାଳୟ ଠାରେ ମଙ୍ଗଳବାର ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ଲାମୁଣ୍ଡା ପକ୍ଷରୁ ଛାତ୍ରୀ ଛାତ୍ର ମାନଙ୍କୁ ନେଇ ଚିତାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ରାଜେଶ ପ୍ରସାଦ ହିଆଲ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କାମ ଦେବ କମ୍ପ, ସହ ଶିକ୍ଷକ ପ୍ରସନ୍ନ କୁମାର ସାହୁ ଉପସ୍ଥିତ ରହି ଛାତ୍ରୀ ଛାତ୍ର ମାନଙ୍କୁ ଉତ୍ସାହିତ କରିଥିଲେ।ଏଥିରେ ୩୮ ଜଣ ଛାତ୍ରୀ ଛାତ୍ର ଅଂଶଗ୍ରହଣ କରିଥିବା ବେଳେ ପ୍ରତିଯୋଗିତାରେ ପଞ୍ଚମ ଶ୍ରେଣୀ ପ୍ରେମ କୁମାର ପୋଢ଼ ପ୍ରଥମ ସ୍ଥାନ, ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ରିୟା କୁମାର ଦ୍ୱିତୀୟ ସ୍ଥାନ, ପଞ୍ଚମ ଶ୍ରେଣୀ ଛାତ୍ରୀ ଲିଜା ପୋଢ଼ ତୃତୀୟ ସ୍ଥାନ ଅଧିକାର କରିଥିଲେ।କୃତି ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ସେହିପରି ଧରଣୀପଡା ରିଂଜା ପ୍ରାଥମିକ ବିଦ୍ୟାଳୟରେ ଏସବିଆଇ ପକ୍ଷରୁ ଚିତାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ