ଡିଫେନ୍ସ ଫୋର୍ସରେ ସାମିଲ ହେଲେ ଅଭିନେତା ରବି କିଶନଙ୍କ ଝିଅ ଇଶିତା


ନୂଆଦିଲ୍ଲୀ: ଅଗ୍ନିବୀର ହେଲେ ଭୋଜପୁରୀ ଅଭିନେତା ତଥା ଗୋରଖପୁରରୁ ବିଜେପି ସାଂସଦ ରବି କିଶନଙ୍କ ଝିଅ ଇଶିତା ଶୁକ୍ଳା । ଡିଫେନ୍ସ ଫୋର୍ସରେ ସାମିଲ ହେଲେ ଇଶିତା। ଇଶିତା ଶୁକ୍ଲା ତାଙ୍କ ସ୍ୱପ୍ନକୁ ସାକାର କରି ସେନାରେ ଯୋଗଦେବାକୁ ଯାଉଛନ୍ତି। ଏହି ଖବର ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଇଶିତା ଦିଲ୍ଲୀ ନିର୍ଦ୍ଦେଶାଳୟର ୭ ମହିଳା ବାଟାଲିନର କ୍ୟାଟେଡରେ ଯୋଗ ଦେଇଥିଲେ । ଝିଅ ଅଗ୍ନିବୀରରେ ସାମିଲ ହେବା ପରେ ଟ୍ୱିଟରରେ ଏହି ଖବର ପ୍ରକାଶ କରିଛନ୍ତି ରବି କିଶନ । ଝିଅଙ୍କୁ ସେମାନଙ୍କ ଜୀବନର ନିଷ୍ପତ୍ତି ନେବାକୁ ସ୍ୱାଧୀନତା ଦେବା ଉଚିତ ବୋଲି ସେ କହିଛନ୍ତି ।

ଇଶିତା ଶୁକ୍ଲା ଜଣେ ଏନସିସି କ୍ୟାଡେଟ୍, ସେ ୨୬ ଜାନୁୟାରୀ ୨୦୨୩ ରେ ଗଣତନ୍ତ୍ର ଦିବସ ପରେଡରେ ମଧ୍ୟ ଭାଗ ନେଇଥିଲେ। ଏଥିପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା।