ପାତାଳୀ ଶ୍ରୀକ୍ଷେତ୍ର ରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କୋଟସମଲାଏ ସ୍ଥିତ ପାତାଳି ଶ୍ରୀକ୍ଷେତ୍ର ରେ ଆଜି ଆଷାଢ଼ ଦଶମୀରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳି ଶ୍ରୀକ୍ଷେତ୍ର ର ବାହୁଡା ଯାତ୍ରା ଦେଖିବାକୁ ବହୁ ଦୁରଦୁରାନ୍ତରରୁ ଭକ୍ତମାନ ଭିଡ ଜମି ଥିଲା । ଶ୍ରୀମନ୍ଦିର ରୀତିନୀତି ଓ କାର୍ଯ୍ୟ ନିର୍ଘଣ୍ଟରେ କୋଟସମଳାଇ ସ୍ଥିତ ତ୍ରିକୂଟ ପାହାଡ଼ ପାଦଦେଶରେ ଥିବା ପାତଳୀ ଶ୍ରୀକ୍ଷେତ୍ରଠାରେ ମାଉସୀ ମା’ ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୋଟି ପହଣ୍ଡିରେ ଅଣାହୋଇ ରଥାରୂଢ କରା ଯାଇଥିଲା । ଏହି ଅବସରରେ ଆଜି ଛୋଟ ଛୁଆଙ୍କ ରଥ ଛୁଆଁ କରାଯାଇଥିଲା ପରେ ରଥ ଟଣା ଯାଇଥିଲା । ତ୍ରିକୂଟ ପାହାଡ଼ ଉପରେ ରହିଥିବା ମାଧବ ଗୁମ୍ଫା , ଧ୍ୱନି ଗୁମ୍ଫା , ଜଗନ୍ନାଥ ଗୁମ୍ଫାକୁ ପର୍ବତାରୋହଣ କରି ହଜାର ହଜାର ଶ୍ରଦ୍ଧାଳୁ ବୁଲି ଦେଖିବା ସହ ପ୍ରଭୁଙ୍କର ବାହୁଡା ଦର୍ଶନ କରିଛନ୍ତି । ଅନ୍ଯ ପଟେ ଉଲୁଣ୍ଡା ଡ୍ରାଇଭର ମହାସଂଘ ତରଫରୁ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ସହ ଜଳ ପ୍ରଦାନ କରାଯାଇଥିବା ବେଳେ ଭକ୍ତି ଚରଣ ମେଣ୍ଡିଲି ପରିବାର ତରଫରୁ ଭକ୍ତ ମାନଙ୍କୁ ଦହି ପାଣି ବଣ୍ଟା ଯାଇଥିଲା । ଏହି ଅବସରରେ ଆଜି ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ , ଉଲୁଣ୍ଡା ବିଡିଓ କରିସ୍ମା ବେଶ୍ରା , ତହସିଲଦାର ଦିଲ୍ଲୀପ ମାଝୀ , ବ୍ଲକ ଅଧ୍ଯକ୍ଷା ଶାନ୍ତିଲତା ମିଶ୍ର , ଆରକ୍ଷୀ ବାହିନୀ , ଅଗ୍ନି ସମ ସେବା , ସ୍ୱାସ୍ଥ୍ୟ ବିଭାଗ ର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।