Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଶନଶକ୍ତି ପକ୍ଷରୁ ସଚେତନତା ଶିବିର

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ରାଜୀବଗାନ୍ଧି ସେବା କେନ୍ଦ୍ର ଠାରେ କର୍ଲାମୁଣ୍ଡା ବିପିଏମୟୁ,ଓ ମିଶନଶକ୍ତି ଓଡିଶା ସରକାରଙ୍କ ପକ୍ଷରୁ ଗୁରୁବାର ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସ୍ୱମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ଗିରିଜା ଗୁଡ଼ଲା , ସ୍ଥାନୀୟ ସରପଞ୍ଚ ଖିତିସୁତା ସାହୁ,ସମିତି ସଭ୍ୟା ରୀମା ସାହୁ,ମିଲେଟ ମିଶନ ପ୍ରକଳ୍ପ ର ଏବିପିସି ପ୍ରଦୀପ କୁମାର ସାହୁ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବସନ୍ତ ମିଶ୍ର,ମିଶନ ଶକ୍ତି ବିପିସି ବିପିନ ବାରିକ, ବିପିଏସିଏ ନେତ୍ରରାଜ ତାଣ୍ଡି,ଓଡିଶା ଜୀବନ ଜୀବିକା ମିଶନ ର ବିପିଏମ୍ ଲଳିତ ବିଶି,ଆଇସିଡିଏସ ସୁପଭାଇଜର କୁସୁମ ପଣ୍ଡା, ଉର୍ମିଳା ସାହୁ,ମିଶନ ଶକ୍ତି ବ୍ଳକ ଫେଡେରେସନ ର ସଭାନେତ୍ରୀ ଜୟନ୍ତୀ ସାହୁ ପ୍ରମୂଖ ଯୋଗ ଦେଇ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ସରକାର ଙ୍କ ବିଭିନ୍ନ ଯୋଜନା ଗୁଡ଼ିକ ଉପରେ ଆଲୋଚନା କରିଥିଲେ।ଏହି ଅବସରରେ ୨୨ ଟି ସ୍ୱୟଂ ସହାୟକ ଗୋଷ୍ଠୀ କୁ ୪୮ ଲକ୍ଷ ଟଙ୍କା ବିଭିନ୍ନ ବ୍ୟାଙ୍କ ରୁ ଋଣ ମଞ୍ଜୁର ହୋଇଥିବା ବିପିସି ବିପିନ ବାରିକ ସୂଚନା ଦେଇଥିଲେ।ଶିବିରରେ ମିଶନଶକ୍ତି ବ୍ଲକ ଓ ପଞ୍ଚାୟତ ଫେଡରେସନ କର୍ମକର୍ତ୍ତା ,ସିଆରପି,ଏମବିକେ ,ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟା ମାନେ ଅଁଶ ଗ୍ରହଣ କରିଥିଲେ।