Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିପିଆଇ(ଏମ) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସଦର ସ୍ଥିତ ବିଦ୍ୟୁତ ବିଭାଗ କାର୍ଯ୍ୟଳୟ ସମ୍ମୁଖରେ ଗୁରୁବାର ସିପିଆଇ(ଏମ୍)ରିଷିଡା ବ୍ରାଞ୍ଚ କମିଟି ପକ୍ଷରୁ ବିଦ୍ୟୁତ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭାଗୀୟ ଏସଡ଼ିଓ ଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ କରିଥିଲେ। ଦାବି ଗୁଡିକ ମଧ୍ୟରେ ନିରବଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ ଯୋଗାଣ କରିବା,ଗ୍ରାହକ ମାନଙ୍କୁ ତୃଟି ଶୂନ୍ୟ ବିଲ ପ୍ରଦାନ କରିବା, ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣାରେ ବିଦ୍ୟୁତ ଯୋଗେଇବା ଭଳି ଦାବି ଗୁଡିକ ରହିଛି।ଏଥିରେ ଜିଲ୍ଲା ସମ୍ପାଦକ ସତ୍ୟଜିତ ଚାଟାର୍ଜୀ ଙ୍କ ନେତୃତ୍ୱରେ,ରିଷିଡା ବ୍ରାଞ୍ଚ ସମ୍ପାଦକ ଶତ୍ରୁଘନ ରଣା ,ଗଙ୍ଗାଧର ପ୍ରହରାଜ, ଲଳିତ ରଣା, ଶିବ ରଣା, କମଳ ରଣା, ମଦନ ରଣା ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ