ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଏସ୍ ପତ୍ରାପାଲି ବୁଢିଝରନ ଜଙ୍ଗଲରେ ଅବକାରୀ ବିଭାଗ ଚଢାଉ କରି ଗୁରୁବାର ବିପୁଳ ମାତ୍ରାରେ ମଦ ଜବତ କରିବା ସହ କୁଇଣ୍ଟାଲ କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଉକ୍ତ ଜଙ୍ଗଲରେ ବେଆଇନ ଭାବରେ ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ବୀରମହାରାଜପୁର ଅବକାରୀ ବିଭାଗର ଉପଖଣ୍ଡ ଅଧିକାରୀ ସୁମିତ୍ରା ହେମ୍ବ୍ରମ ଙ୍କ ସହ ଅବକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ସେଠାରୁ ୧୦୦ ଲିଟର ମଦ ଜବତ କରିବା ସହ ୮ କ୍ୟୁଣ୍ଟାଲ୍ ମହୁଲ ପୋଚ ନଷ୍ଟ କରିଥିବା ଜଣାପଡିଛି ।
ପତ୍ରାପାଲି ଜଙ୍ଗଲରେ ଅବକାରୀ ବିଭାଗ ଚଢଉ କରି ବିପୁଳ ମଦ ସହ ମହୁଲ ପୋଚ ନଷ୍ଟ କରିଛି
