Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁନାବେଶ ଦେଖିବାକୁ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା; ୧୦ ଗୁରୁତର

ପୁରୀ: ଗତକାଲି ଥିଲା ମହାପ୍ରଭୁଙ୍କ ପବିତ୍ର ସୁନାବେଶ। ସୁନାବେଶ ଦର୍ଶନ କରିବାକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ସାକ୍ଷୀଗୋପାଳଠୁ ଲାଗିଥିଲା ଲମ୍ବା ଲାଇନ୍‌। ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଠାକୁରଙ୍କ ଦର୍ଶନ କରିବାକୁ ଯାଇଥିବା ବେଳେ ଘଟିଥିଲା ଅଘଟଣ। ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ସୂଚାନ ଅନୁଯାୟୀ ପିପିଲି ନିକଟରେ ବାଇକ ଓ କାର ମଧ୍ୟରେ ଦୁଘର୍ଟଣା ହୋଇଛି। ଏଥିରେ ୧୬ ଜଣ ଆହତ ହୋଇଛନ୍ତି। ଏହାସହିତ ଏହି ଦୁର୍ଘଟଣାରେ ୧୦ ଜଣ ଗୁରୁତର ହୋଇଥିବା ମଧ୍ୟ ସୂଚନା ମିଳିଛି।

ଆହତମାନଙ୍କୁ ପ୍ରଥମେ ସାକ୍ଷୀଗୋପାଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଆହତମାନଙ୍କ ଘର ଭୁବନେଶ୍ୱର, କଟକ, ପାଣିକୋଇଲି ଆଦି ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ