Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଗଷ୍ଟରୁ ଦେଶରେ ଗଡିବ ଇଥାନଲ ଚାଳିତ ଯାନ

ନୂଆଦିଲ୍ଲୀ: ଅଗଷ୍ଟରୁ ଦେଶରେ ଗଡିବ ଇଥାନଲ ଚାଳିତ ଯାନ। ଏ ନେଇ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଦେଶ‌ରେ ଶତପ୍ରତିଶତ ଇଥାନଲରେ ଚାଲୁଥିବା ନୂତନ ଯାନ ଅଗଷ୍ଟରେ ଲଞ୍ଚ ହେବ। ସେ କହିଛନ୍ତି ବଜାଜ, ଟିଭିଏସ୍ ଏବଂ ହିରୋ ମୋଟରସାଇକେଲ ଶତପ୍ରତିଶତ ଇଥାନଲରେ ନିର୍ମିତ ଯାନ ତିଆରି କରିଛନ୍ତି। ଲିଟର ପିଛା ୬୬ଟଙ୍କା ପଡୁଥିବା ଏହି ଇନ୍ଧନରେ ଯାନ ବାହାନ ଚାଲିବ। ଅନ୍ୟପଟେ ଦେଶରେ ପେଟ୍ରୋଲ ଲିଟର ପିଛା ୧୦୮ରୁ ଅଧିକ ରହିଛି।

ସେ କହିଛନ୍ତି ଯେ ଟୟୋଟା କମ୍ପାନୀର ୬୦ ପ୍ରତିଶତ ପେଟ୍ରୋଲ ଏବଂ ୪୦ ପ୍ରତିଶତ ଇଲେକ୍ଟ୍ରିକ୍ କ୍ୟାମ୍ରି କାର ପରି ବର୍ତ୍ତମାନ ୬୦ ପ୍ରତିଶତ ଇଥାନଲ ଏବଂ ୪୦ ବିଦ୍ୟୁତରେ ଚାଳିତ ଯାନ ଅଣାଯିବ। ସେ କହିଛନ୍ତି, ଆମେ ୬୦ ପ୍ରତିଶତ ଇଥାନଲ ଏବଂ ୪୦ ପ୍ରତିଶତ ବିଦ୍ୟୁତରେ ଚାଲୁଥିବା ଯାନ ମଧ୍ୟ ଲଞ୍ଚ କରିବୁ। ଏହି ପଦକ୍ଷେପ ଦେଶରେ ଏକ ବୈପ୍ଳବିକ ପଦକ୍ଷେପ ହେବ ବୋଲି ଗଡକରୀ କହିଛନ୍ତି। ଏହାଦ୍ବାରା ବାୟୁ ପ୍ରଦୁଷଣ ମଧ୍ୟ ରୋକାଯାଇପାରିବ ବୋଲି ସେ କହିଛନ୍ତି।

More Stories