Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଦରୁ ଜାଣନ୍ତୁ ନିଜର ବ୍ୟକ୍ତିତ୍ବ

ଯେମିତି ରାଶିରୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ବକୁ ପରଖି ହୋଇଥାଏ ସେହିପରି ପାଦ ଆକୃତିରୁ ମଧ୍ୟ ବ୍ୟକ୍ତିର ରହସ୍ୟ ପରିପ୍ରକାଶ ହୋଇଥାଏ। ପାଦର ଆକୃତି ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ ଅନେକ କିଛି କହିଥାଏ। ସମସ୍ତଙ୍କ ପାଦର ଗଠନ ଅଲଗା ହୋଇଥାଏ। ଏହାଦ୍ବାରା ଆପଣଙ୍କର ପ୍ରକୃତି ଏବଂ ଭାଗ୍ୟ ସହିତ ଜଡିତ କିଛି ଲୁକ୍‌କାୟିତ ରହସ୍ୟ ଜାଣିହୋଇଥାଏ। ଜାଣନ୍ତୁ ପାଦର ଆକୃତି ଆପଣଙ୍କ ବିଷୟରେ କ’ଣ କହୁଛି।

ରୋମାନ ଫୁଟ୍‌

ଯଦି ତୁମର ପାଦର ସମସ୍ତ ଆଙ୍ଗୁଠି ଅନୁପାତରେ ସିଧା ଏବଂ ଆଙ୍ଗୁଠି ଆଙ୍ଗୁଠିଠାରୁ ବଡ଼, ତେବେ ଏପରି ପାଦ ଥିବା ଲୋକମାନେ ବହୁତ ମେଳାପି ହୋଇଥାନ୍ତି। ଏହା ସହିତ, ସେମାନଙ୍କଠାରେ ଭ୍ରମଣର ସଉକ ମଧ୍ୟ ରହିଥାଏ। ଏହି ବ୍ୟକ୍ତିତ୍ୱ ଥିବା ଲୋକ ଅତ୍ୟନ୍ତ ପରୋପକାରୀ ହୋଇଥାନ୍ତି। ଏହାସହିତ ସେମାନେ ଭଲ ବ୍ୟବସାୟୀ ମଧ୍ୟ ହୋଇଥାନ୍ତି।

ସ୍କୋୟାର ଫୁଟ୍‌

ଯେଉଁମାନଙ୍କର ଆଙ୍ଗୁଠି ସମାନ ବା ସ୍କୋୟାର ସଦୃଶ ହୋଇଥାଏ ସେମାନଙ୍କର ବ୍ୟକ୍ତିତ୍ବ ଶାନ୍ତ ହୋଇଥାଏ। ଏହିପରି ପାଦ ଥିବା ଲୋକମାନେ ଭଲ ଭାବରେ ଚିନ୍ତା କରିବା ପରେ ନିଷ୍ପତ୍ତି ନିଅନ୍ତି ଏବଂ ତା ଉପରେ କାର୍ଯ୍ୟ କରନ୍ତି। ତଥାପି, ସେମାନେ ଅତ୍ୟନ୍ତ ଭରସାଯୋଗ୍ୟ ଏବଂ ବ୍ୟବହାରିକ ହୋଇଥାନ୍ତି।

ଗ୍ରୀକ୍ ଫୁଟ୍‌

ଯେଉଁମାନଙ୍କର ଦ୍ୱିତୀୟ ଆଙ୍ଗୁଠି ପ୍ରଥମ ଆଙ୍ଗୁଠିଠାରୁ ବଡ, ସେମାନଙ୍କୁ ଫ୍ଲେମ୍‌ ଫୁଟ୍‌ କୁହାଯାଏ। ଏହି ପ୍ରକାରର ପାଦ ଥିବା ଲୋକମାନେ ବହୁତ ଉତ୍ସାହୀ ଏବଂ ପ୍ରେରଣାଦାୟକ ହୋଇଥାନ୍ତି। ଅନ୍ୟ ଏକ ବିଶେଷ କଥା ହେଉଛି ଯେ ଏହିପରି ଲୋକମାନେ ପ୍ରାୟତଃ କଳାକାର କିମ୍ବା ଆଥଲେଟ୍ ହୁଅନ୍ତି ଏବଂ ସେମାନଙ୍କର କଥା କହିବା ଶୈଳୀ ମଧ୍ୟ ବହୁତ ଭଲ ।

ଇିଜିପ୍ଟିଆନ୍‌ ଫୁଟ୍‌

ଏହିପରି ପାଦ ଥିବା ବ୍ୟକ୍ତି ଅତି ପତଳା ହୋଇଥାନ୍ତି। ଏମାନଙ୍କର ଆଙ୍ଗୁଠିଗୁଡିକ ଲମ୍ବା ହୋଇଥାଏ। ଏହିପରି ପାଦ ଥିବା ବ୍ୟକ୍ତିମାନେ ସେମାନଙ୍କର ପ୍ରାଇଭେସି ବଜାୟ ରଖନ୍ତି। ଅନେକ କଥାକୁ ନିଜ ଭିତରେ ସିକ୍ରେଟ ରଖନ୍ତି। ବିଶେଷ କଥା ହେଉଛି ସେମାନଙ୍କର ମନ ସବୁବେଳେ ପରିବର୍ତ୍ତନ ହୋଇଥାଏ।